ଚିଲିଗୁଡ଼ା କଲେଜରେ ୩୭ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡ଼ା ନୀଳ ମାଧବ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ସତନାମୀଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ ଶଶୀସେନ ଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବାର୍ଷିକ କ୍ରୀଡ଼ାର ଶୁଭ ଉଦଘାଟନ କରିଥିଲେ।ଏଥିରେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ବ୍ରଜ ମୋହନ ପାତ୍ର, ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ, ମଥୁରା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ଦୀପ, କୋଲି ଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ପୁରନ୍ଦର ନାଏକ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଖେଳ ଶିକ୍ଷକ ନରେନ୍ଦ୍ର ନେଗି  ବାର୍ଷିକ କ୍ରୀଡ଼ାର ସମସ୍ତ ଦାୟିତ୍ୱ ସୂଚାରୁରୂପେ ସଂପାଦନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ୧୦୦ ମିଟର ଦୌଡ, ଲଙ୍ଗ ଜମ୍ପ, ସଟ ଫୁଟ ଭଳି ଅନେକ କ୍ରୀଡା ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା। ଏଥିରେ ଶିକ୍ଷକ ଅମୂଲ୍ୟ ମେହେର, ଶରତ ମଙ୍ଗରାଜ, ବିବେକାନନ୍ଦ ସୁନାନୀ, ମାନସୀ ବାଗ, ପ୍ରଭାତୀ ଛତ୍ରିଆ ପ୍ରମୁଖ ବାର୍ଷିକ କ୍ରୀଡାକୁ ପରିଚାଳନା କରିଥିଲେ। ଏହି ବାର୍ଷିକ କ୍ରୀଡା ୩ ଦିନ ଧରି ଚାଲୁ ରହିବ ବୋଲି ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସୁନୀତା ରାୟଗୁରୁ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ଅଧ୍ୟାପକ ନିରଞ୍ଜନ ରାଉତ, ମମତା ରାଣୀ ଧଙ୍ଗଡ଼ା ମାଝି, ପ୍ରଭାତୀ ରାଉତ, ଶିବା ବେହେରା, ରାକେଶ କୁମାର ରାଉତ, ଛବି ନାଏକ ପ୍ରମୁଖ ସହଯୋଗ କରିଥିଲେ।ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ମାନସୀ ବାଗ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.