୬ ରୁ ଆରମ୍ଭ ହେବ ନର୍ଲା ଧାନମଣ୍ଡି

ପ୍ରଶାସନର ଘୋଷଣା ସତ୍ବେ ୨ ରେ ଚାଲି ପାରିଲାନି ମଣ୍ଡି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲାର କେତେକ ବ୍ଲକ ରେ ଗତ ୨୯/୧୧ରୁ ଧାନ ମଣ୍ଡି ଆରମ୍ଭ ହୋଇ ସାରିଥିବା ବେଳେ ଗତ ୩୦ ରେ ନର୍ଲା ବ୍ଲକ ପ୍ରଶାସନ ପକ୍ଷରୁ ମଣ୍ଡି ସହିତ ସଂପୃକ୍ତ ବିଭିନ୍ନ ଅଧିକାରୀ ମାନଙ୍କୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପଙ୍କ ଅଧ୍ୟକ୍ଷତାରେ ଯୋଗାଣ ଅଧିକାରୀ ପ୍ରଶାନ୍ତ ଶ୍ରୀଚନ୍ଦନଙ୍କ ଉପସ୍ଥିତିରେ ନର୍ଲା ବ୍ଲକ ଅଧିନସ୍ଥ ୨୩ ଗୋଟି ଧାନ ମଣ୍ଡିର ପାରିପର୍ଶ୍ଵିକ ସ୍ଥିତି, କଟନୀ ଛଟନୀ ଓ ମିଲର୍ସଙ୍କ ଧାନ ଉଠାଇବା ପଦ୍ଧତି ଉପରେ ଆଲୋଚନା ଆଲୋଚନା କରାଯିବା ସହ ନର୍ଲା ଅଞ୍ଚଳରେ ମଣ୍ଡି ୨ ରୁ ଖୋଲିବା ନେଇ ହୋଇଥଲା ଘୋଷଣା। ହେଲେ ବ୍ଲକ ପ୍ରଶାସନର ଘୋଷଣା କେବଳ ଘୋଷଣା ହୋଇ ରହିଗଲା। କେତେକ ପାରିପାର୍ଶ୍ବିକ ସମସ୍ୟା ଯୋଗୁଁ ୨ ରେ ଖୋଲି ପାରିଲାନି ମଣ୍ଡି। ନର୍ଲା ମଣ୍ଡି ଆସନ୍ତା କାଲି ୬/୧୨ ରେ ଉଦ୍ଘାଟନ ହେବାକୁ ରହିଥିବା ବେଳେ ଭାନପୁର ୭/୧୨ ସେଇଭଳି ଅନ୍ୟାନ୍ୟ ମଣ୍ଡି ଗୁଡିକ ଆସନ୍ତା ୧୦/୧୨ ମଧ୍ୟରେ ଖୋଲିଯିବ ବୋଲି ନର୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ ଶ୍ରୀଚନ୍ଦନ ସୂଚନା ପ୍ରଦାନ କରିଛନ୍ତି। ଭାନପୁର ରେ ଧାନ କିଣୁଥିବା ମା ମହାଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀ ଓ ତୁଳାପଡା ରେ ଧାନ କିଣୁଥିବା ମା ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ସମେତ ନର୍ଲା ବ୍ଲକ ଅଧିନସ୍ଥ ନର୍ଲା, ଭାନପୁର, ତୁଳାପଡା, ପଲମ, ରୁପ୍ରା, ରୁପ୍ରାରୋଡ, ଶାନ୍ତପୁର ପ୍ରମୁଖ ୭ ଗୋଟି ପେକ୍ସ ଅଧିନରେ ରହିଥିବା ୧୪ ଗୋଟି ଉପ ମଣ୍ଡି ରେ ୯୮୬୦ ଜଣ ଚାଷୀଙ୍କ ଠାରୁ ପ୍ରଥମ ପର୍ଯ୍ୟାୟରେ ୧,୫୦,୦୦୦ କ୍ଵିଣ୍ଟାଲ ଧାନ କିଣାଯିବା ପାଇଁ ଧାର୍ଯ୍ୟ ରହିଥିବା ଜଣାପଡ଼ିଛି। ଏଫଏକ୍ୟୁ ମାନର ଧାନକୁ ସରକାର ୩,୧୦୦ ଟଙ୍କା ପ୍ରଦାନ କରିବେ ଏଥିରେ ୨,୩୦୦ ଟଙ୍କା ମୂଳ ମୂଲ୍ୟ ରହିଥିବା ବେଳେ ରାଜ୍ଯ ସରକାର ୮୦୦ ଟଙ୍କା ଏଭଳି କ୍ଵିଣ୍ଟାଲ ପ୍ରତି ଚାଷୀଙ୍କୁ ୩,୧୦୦ ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଛି। ଚଳିତ ବର୍ଷ ମଣ୍ଡିକୁ ଦଲାଲ ମୁକ୍ତ କରାଯିବା ସହ କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ପ୍ରଶାସନ ଦୃଢୋକ୍ତି ପ୍ରକାଶ କରୁଥିବା ଜଣାପଡ଼ିଛି। ହେଲେ ଦେଖାଯାଉ ସବୁ ସମୟରେ ନିଜ କଷ୍ଟାର୍ଜିତ ଫସଲ ବିକିବା ପାଇଁ ନାକେଦମ ହୋଇ ଶୋଷଣର ଶିକାର ହେଉଥିବା ଚାଷୀଙ୍କ ପାଇଁ ନୂଆ ସରକାର କେତେ ଲାଭାଦାୟୀ ହେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.