ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ସରକାର ଆଳୁ ମିଶନ କରି ଆଳୁ ବିହନ ଯୋଗାଇଦେଇଛନ୍ତି ପ୍ରତି ବ୍ଳକକୁ। ଉଦ୍ୟାନ ବିଭାଗ ଜରିଆରେ ଶହ ଶହ ବସ୍ତା ଆଳୁ ଚାଷୀଙ୍କୁ ଦିଆଯାଉଛି ହେଲେ ଆସିଥିବା ଆଳୁ ଗୋଦାମରେ ରହି ପଚି ଯାଉଥିବାରୁ କିଭଳି ଆଳୁ ମିଶନର ଲକ୍ଷ୍ୟ ପୂରଣ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତୁଷୁରା ଉଦ୍ୟାନ ବିଭାଗ ପାଖକୁ ଆସିଥିବା ୧୩ ଶହ ବସ୍ତା ମଧ୍ୟରୁ ୩ ଶହ ବସ୍ତା ଆଳୁ ପଚିଯାଇ ନଷ୍ଟ ହୋଇଥିବା ଜଣାପଡିଛି। ପଞ୍ଜାବ ଠାରୁ ଆସିଥିବା ଏହି ଆଳୁ ବସ୍ତା ଭିତରେ ପଚି ଯାଉଥିବାରୁ କିଭଳି ଲକ୍ଷ ପୂରଣ ହେବା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତୁଷୁରା ଉଦ୍ୟାନ ଅଭରସିଆର ଶ୍ରୀ ମେହେରଙ୍କୁ ପଚାରିବାରୁ ଆସିଥିବା ଆଳୁ ବସ୍ତାରେ ପଚି ଯାଉଥିବାରୁ ଚାଷୀ ନେବାକୁ ମନା କରୁଛନ୍ତି ବୋଲି କହିଛନ୍ତି। ଏପରିକି ଏହି ଆଳୁକୁ କିଛି ଅଣ ଚାଷୀ ନେଇ ହୋଟେଲରେ ବିକ୍ରି କରୁଥିବାର ଅଭିଯୋଗ ବି ହେଉଛି। ତୁଷୁରା ସହରର ଜଣେ ଆଳୁ ବ୍ୟବସାୟୀ କଳାହାଣ୍ଡି, ବୌଦ୍ଧ, କନ୍ଧମାଳ ଆଞ୍ଚଳରୁ ବିହନ ଆଳୁକୁ ସଂଗ୍ରହ କରି ଖୋଲା ବଜାରରେ ବିକ୍ରି କରୁଥିବାର ଖବର ବି ସମ୍ନାକୁ ଆସୁଛି। ଯାହା ଫଳରେ ଆଳୁ ମିଶନ ଫେଲ ହେବାର ଜଳ ଜଳ ହୋଇ ଦିଶୁଛି। ଏଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।