କେନ୍ଦ୍ରୀୟ ବିଦ୍ୟାଳୟରେ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଦିବସ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଦିବସ ପାଳିତ ହୋଇଯାଇଛି। ପିଲାମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧର ବିକାଶ ଏବଂ ଜେଜେ ବାପା ଓ ଜେଜେ ମାଙ୍କ ପ୍ରତି ସମ୍ମାନ ପାଇଁ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ ପ୍ରତିବର୍ଷ ପାଳନ କରାଯାଏ। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ସଚିତାନନ୍ଦ କାନ୍ତ ଓ ପ୍ରଧାନ ଆଚାର୍ଯ୍ୟ ଦିଗାନ୍ତ କୁମାର ମହାପାତ୍ର ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ। ଏହା ପରେ ଛୋଟ ପିଲାମାନେ ଜେଜେ ବାପା ମା ମାନଙ୍କ ପାଇଁ ଏକ ସ୍ୱାଗତ ଗୀତ ଉପସ୍ଥାପନ କରିଥିଲା ବେଳେ କ୍ୟାମ୍ପସରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।

ସର୍ବପ୍ରଥମେ ପ୍ରାଥମିକ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ଗ୍ରୁପ ଡାନ୍ସ ଓ ଓଡିଶୀ ନୃତ୍ୟ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜେଜେ ବାପା ଏବଂ ଜେଜେ ମା ମାନେ ମଧ୍ୟ ନିଜର ମତ ରଖିଥିଲେ। ସମସ୍ତେ ହୃଦୟ ସହିତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏହି ଅବସରରେ ପ୍ରଧାନ ଆଚାର୍ଯ୍ୟ ଦିଗାନ୍ତ କୁମାର ମହାପାତ୍ର କହିଥିଲେ ଯେ ଜେଜେ ବାପା ଓ ଜେଜେ ମାଙ୍କୁ ସମ୍ମାନ ଦେବା ଏବଂ ସେମାନଙ୍କୁ ତୃତୀୟ ପିଢ଼ି ସହିତ ଯୋଡିବା ନାତି ନାତୁଣୀଙ୍କ ପ୍ରତି ପ୍ରେମର ଏକ ସୁନ୍ଦର ଅଭିବ୍ୟକ୍ତି ଭାବରେ ଏହା ପାଳନ କରାଯାଏ। ସମ୍ମାନୀତ ଅତିଥି ଶ୍ରୀ କାନ୍ତ ଜେଜେ ବାପାଙ୍କୁ ପରିବାରର ଅଭିଭାବକ ଭାବରେ ବର୍ଣ୍ଣନା କରି ସେ ସମାଜରେ ସେମାନଙ୍କର ଅନନ୍ତ ପ୍ରାସଙ୍ଗିକତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଶେଷରେ ଜେଜେ ବାପା ଓ ଜେଜେ ମା ମାନଙ୍କୁ ଅଲଗା ଦୁଇଟି ଗ୍ରୁପ କରାଯାଇ ବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ପରେ ଶ୍ରେଷ୍ଠ ତିନି ଜଣ ଜେଜେ ବାପା ଓ ତିନିଜଣ ଜେଜେ ମା ଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ଶେଷରେ ସ୍କୁଲ୍ ପରିସରରେ ଗ୍ରାଣ୍ଡ ପେରେଣ୍ଟସ ମାନେ ଆଣିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଶିକ୍ଷକ ଶେଷଦେବ ବାଗ, ବିଜୟ ପ୍ରଧାନ, ଆଲୋକ ଦାସ, ଦେବେନ୍ଦ୍ର ପାତ୍ର, ଅଜିତ ପ୍ରଧାନ, ତ୍ରିଭୁବନ ପାଣିଗ୍ରାହୀ, ଏସ.କେ.ସାହୁ ତଥା ସମସ୍ତ ପ୍ରାଇମେରୀ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.