ସାହିତ୍ୟ ଏକାଡେମୀର ବାଙ୍ଗାଲୁରୁ କୋଠାକୁ ତିନି ତାରକା ମାନ୍ୟତା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ (ରଜତ ବଂଶଲ): ନୂଆଦିଲ୍ଲୀର ହେବିଟାଟ ସେଣ୍ଟର ଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବେର ପରିବେଶ ଅନୁକୂଳ କୋଠା ପାଇଁ ସାହିତ୍ୟ ଏକାଡେମୀକୁ ସମ୍ମାନିତ କରାଯାଇଛି। ହରିତ୍ କୋଠା ବା ପରିବେଶ ଅନୁକୂଳ କୋଠାର ମାନ୍ୟତା ପ୍ରଦାନ କରୁଥିବା ଜାତୀୟ ସଂସ୍ଥା ‘ଗୃହ’ (GRIHA) ପକ୍ଷରୁ ଆୟୋଜିତ ୧୬ତମ ସମ୍ମିଳନୀରେ ସାହିତ୍ୟ ଏକାଡେମୀର ବାଙ୍ଗାଲୁରୁ ଆଂଚଳିକ କାର୍ଯ୍ୟାଳୟର ନବନିର୍ମିତ କୋଠା ପାଇଁ ଏହି ସମ୍ମାନ ଦିଆଯାଇଛି। ତିନି ତାରକା ମାନ୍ୟତା ଓ ପ୍ରତୀକାତ୍ମକ ପୁରସ୍କାର ସ୍ବରୂପ ଏକ ଫଳକ ପ୍ରଦାନ କରାଯାଇଛି।

Omkar Vasthu
Omkar Vasthu

ଭାରତରେ ସବୁଜ କୋଠା ପାଇଁ ଜାତୀୟ ମୂଲ୍ୟାୟନ ବ୍ୟବସ୍ଥା ହେଉଛି ଗୃହ। ଏହି ଜାତୀୟ ସଂସ୍ଥା ସବୁଜ କୋଠା ଏବଂ ସ୍ଥାୟୀ ଗୃହ ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ସ୍ଥିର କରିଥାଏ। ଜୀବନକାଳ ମଧ୍ୟରେ କୋଠାର ପରିବେଶ କାର୍ଯ୍ୟଦକ୍ଷତାକୁ ସାମଗ୍ରିକ ଭାବରେ ମୂଲ୍ୟାଙ୍କନ କରେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଭାରତ ସରକାର ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟର ସହଯୋଗରେ ଦି ଏନର୍ଜି ଏକ ରିସୋର୍ସ ଇନଷ୍ଟିଚ୍ୟୁଟ୍ (TERI) ଦ୍ୱାରା ଗୃହ (GRIHA) ପ୍ରତିଷ୍ଠା କରାଯାଇଛି। ଏଥର ଗୃହ ଶିଖର ସମ୍ମିଳନୀର ବିଷୟବସ୍ତୁ ଥିଲା ‘ନିର୍ମାଣ କାର୍ଯ୍ୟରେ ପରିବେଶ ଅନୁକୂଳ ଦିଗକୁ ତ୍ୱରାନ୍ୱିତ କରିବା’।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.