ଉଦଯାପିତ ହେଲା ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପୂର୍ବ ଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ପୁରୁଷ ଖୋ-ଖୋ ଟୁର୍ନାମେଣ୍ଟ୍

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଯାଇଥିବା ଚାରିଦିନିଆ ପୂର୍ବ ଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ପୁରୁଷ ଖୋ-ଖୋ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଗତକାଲି ସମସ୍ତ ନକ୍ ଆଉଟ୍ ଓ ଲିଗ୍ ମ୍ୟାଚ୍ ଖେଳାଯାଇ ଫଳାଫଳ ଘୋଷିତ ହୋଇଥିଲା। ଯୋଗ୍ୟ ବିବେଚିତ ୪ଟି ଦଳ ଯଥାକ୍ରମେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର, ପଣ୍ଡିତ ରବିଶଙ୍କର ବିଶ୍ୱବିଦ୍ୟାଳୟ,ଛତିଶଗଡ, ହେମଚାନ୍ଦ ୟାଦବ ବିଶ୍ୱବିଦ୍ୟାଳୟ, ଛତିଶଗଡ ଓ କିଟ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ମଧ୍ଯରେ କ୍ୱାଲିଫାୟର୍ ମ୍ୟାଚ୍ ଶେଷଦିନରେ ଖେଳା ଯାଇଥିଲା।

Omkar Vasthu
Omkar Vasthu

ଏଥିରେ ପ୍ରଥମ ସ୍ଥାନ କିଟ୍ ବିଶ୍ୱବିଦ୍ୟାଳୟ, ଦ୍ବିତୀୟ ସ୍ଥାନରେ ହେମଚାନ୍ଦ ୟାଦବ ବିଶ୍ୱବିଦ୍ୟାଳୟ, ତୃତୀୟ ସ୍ଥାନ ପଣ୍ଡିତ ରବିଶଙ୍କର ବିଶ୍ୱବିଦ୍ୟାଳୟ ଅଧିକାର କରିଥିବା ବେଳେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଚତୁର୍ଥ ସ୍ଥାନ ହାସଲ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ତଥା ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, କ୍ରୀଡ଼ା ପରିଷଦର ନିର୍ଦ୍ଦେଶକ ଡ଼କ୍ଟର ପବିତ୍ର ମୋହନ ନାୟକ, ଉପନିର୍ଦ୍ଦେଶକ ଡ଼କ୍ଟର ଅମିତ କୁମାର ଶର୍ମା, ପି.ଇ.ଓ ସଂଗ୍ରାମ ବିଶୋଇଙ୍କ ଉପସ୍ଥିତିରେ ଏହି ଚାରି ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ଏଥିସହ ଟୁର୍ନାମେଣ୍ଟର ସମସ୍ତ ମ୍ୟାଚରେ ରେଫରୀ ଦାୟିତ୍ବ ନିର୍ବାହ କରିଥିବା ୨୫ ଜଣ ରେଫରୀଙ୍କୁ କୁଳପତି ପ୍ରଫେସର ତ୍ରିପାଠୀ ସମ୍ମାନୀତ କରିଥିଲେ ତଥା ଖେଳାଳିମାନଙ୍କ ଉଦ୍ଦେଶ୍ଯରେ ଉଦବୋଧନ ଦେଇ ଖେଳୁଆଡ ମନୋଭାବ ନେଇ ଟୁର୍ନାମେଣ୍ଟକୁ ସଫଳତାର ସହ ସଂପାଦନ କରାଯିବା ପାଇଁ ଅଭିନନ୍ଦନ ଜଣାଇଥିଲେ। ଉପସ୍ଥିତ ସମସ୍ତ ଅତିଥିଗଣ ବିଜୟୀ ଦଳଗୁଡିକୁ ଉଜ୍ଜ୍ବଳ ଭବିଷ୍ୟତର ଶୁଭେଚ୍ଛା ଜଣାଇଥିଲେ ଏବଂ ସର୍ବ ଭାରତୀୟ ସ୍ତରରେ ଖେଳାଯିବାକୁ ଥିବା ମ୍ୟାଚ ଗୁଡିକ ପାଇଁ ନିଜର ସର୍ବୋକୃଷ୍ଟ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.