ସମସ୍ୟାର ଚାରିଛକରେ ବନ୍ଧା ନଳାଚୁଆ ଗାଁ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଯୋଜନା ପରେ ଯୋଜନା ପ୍ରଣୟନ ହେଉଛି କିନ୍ତୁ ଅନେକ ସ୍ଥାନରେ ଏହାର ସୁଫଳ ପାଇପାରୁ ନାହାଁନ୍ତି ଦୁର୍ଗମ ଅଞ୍ଚଳବାସୀ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଧନସୁଲି ଗ୍ରାମପଞ୍ଚାୟତର ନଳାଚୁଆ ଗାଁ ସମସ୍ୟାର ଚାରିଛକରେ ବନ୍ଧା ପଡ଼ିଛି। ଧନସୁଲି ଗ୍ରାମପଞ୍ଚାୟତ ଠାରୁ ମାତ୍ର ୭ କିମି ଦୂରରେ ରହିଛି ନାଳଚୁଆ ଗାଁ।
ଏହି ଗାଁରେ ବସବାସ କରୁଥିବା ୫୪ ଆଦିବାସୀ ପରିବାର ପାଇଁ ମୌଳିକ ସୁବିଧା ସାତ ସପନ ହୋଇଛି। ପାହାଡ଼ ଘାଟି ଉପରେ ବସବାସ କରୁଥିବା ଏହି ଆଦିବାସୀ ପରିବାର ଅବହେଳିତ ଜୀବନ ନିର୍ବାହ କରୁଛନ୍ତି। ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ରାସ୍ତା, ଆବାସ ଯୋଜନା ଓ ଆଲୋକ ବ୍ୟବସ୍ଥା ସବୁ ବାଟବଣା ହୋଇଯାଇଛି।ଘାଟି ରାସ୍ତା ଶୋଚନୀୟ ଯୋଗୁଁ ଏବେ ମଧ୍ୟ ରୋଗୀ, ଗର୍ଭବତୀ ଖଟିଆରେ ବୁହା ହେଉଛନ୍ତି। ଦୀର୍ଘ ଦିନରୁ ଗାଁରେ ଲାଗିଥିବା ସୋଲାର ଅଚଳ ହୋଇ ପଡିଛି। କେବଳ ଗୋଟିଏ ନଳକୂପର ପାଣିକୁ ଲୋକେ ପିଇବା ପାଣି ଭାବେ ବ୍ୟବହାର କରନ୍ତି।
ସେପଟେ ଆବାସ ଯୋଜନାରେ ଘର ପାଇଥିବା ଗୃହ ନିର୍ମାଣ ଏବେ ମଧ୍ୟ ଅଧାପନ୍ତରିଆ ଭାବେ ରହିଛି। ଆଉ ଶିକ୍ଷା ଆଉ ସ୍ୱାସ୍ଥ୍ୟ ବ୍ୟବସ୍ଥା ନକହିବା ଭଲ। ଏହି ଗାଁ ପାଇଁ ମୁଖ୍ୟ ବାଧକ ହେଲା ଘାଟି ରାସ୍ତା। ଘାଟି ତଳେ ରହିଥିବା ଭାଟିପାସ ପର୍ଯ୍ୟନ୍ତ ରାସ୍ତା ଭଲ ରହିଛି। କିନ୍ତୁ ଘାଟି ରାସ୍ତା ବଡ଼ ବଡ଼ ନାଳ ଓ ବର୍ଷା ଦିନ ପାଣି ସୁଅରେ ରାସ୍ତା ଭାଙ୍ଗି ଯିବା ଫଳରେ ଚାଲିବା ପାଇଁ ମଧ୍ୟ କଷ୍ଟକର ହୋଇପଡେ।
ଏ ନେଇ ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ଗାଁ ଏକ ପ୍ରଧାନମନ୍ତ୍ରୀ ରାସ୍ତା ସଂଯୋଗ କରିବା ପାଇଁ ଦାବି କରି ଆସୁଛନ୍ତି କିନ୍ତୁ ସରକାରଙ୍କ ଦୃଷ୍ଟି ଆଡୁଆଲରେ ଏହି ଗାଁ ରହି ଯାଇଛି। ଗାଁ କୁ ରାସ୍ତା ନିର୍ମାଣ ହୋଇ ମୁଖ୍ୟ ରାସ୍ତା ସହ ସଂଯୋଗ ହେଲେ ଗାଁରେ ସୁବିଧା ରେ ସବୁ ଯୋଜନା ଆଉ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି। ପ୍ରଶାସନ ଏହି ଗାଁର ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.