ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଧରପଗଡ଼ ଗ୍ରାମପଞ୍ଚାୟତ ଧରପଗଡ଼ ଗାଁର ଶିଶୁମନ୍ଦିରର ସଭାପତି ତଥା ସମାଜସେବୀ ସିଦ୍ଧେଶ୍ବର ମାଝୀଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ସେ ଗୋଟିଏ ବର୍ଷ ହେଲା କୀଡୀନି ରୋଗ ଆକ୍ରାନ୍ତ ହୋଇଥିଲେ। ମୃତ୍ୟୁ ସମୟରେ ତାଙ୍କର ଦୁଇ ଝିଅ ଓ ସ୍ତ୍ରୀ ଉପସ୍ଥିତ ରହିଥିଲେ। ତାଙ୍କ ଆବର୍ତ୍ତମାନରେ ଅଞ୍ଚଳରଜ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ମାଝୀଙ୍କ ପରଲୋକରେ ପୂର୍ବତନ ସରପଞ୍ଚ ଡ଼ିକି କୁଆଁର, ପ୍ରେମରାଜ ପାଣ୍ଡେ, ବିଜୟ ବିଶି, ସରପଞ୍ଚ ଗୀତାଞ୍ଜଳି ପଣ୍ଡା ଓ ଶିଶୁମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା, ସମିତି ସଭ୍ୟ ରାକେଶ ନାୟକ, ଶୁଭ ଛତରିଆ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।