ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ରବିବାର ଦିନ ସ୍ଥାନୀୟ ସୋନପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୮ତମ ବାର୍ଷିକ କ୍ରୀଡା ମହା ସମାରୋହରେ ଉଦ୍ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡେପୁଟି ଆରକ୍ଷୀ ଅଧୀକ୍ଷକ ଶ୍ରୀମୟୀ ରେଣୁକା ସୁନା ଯୋଗ ଦେଇ ନିଜ ଛାତ୍ରୀ ଜୀବନର ସ୍ମୃତି ଚାରଣ କରିବା ସହ ଆମର ଶିଶୁମାନେ କ୍ରୀଡା କ୍ଷେତ୍ରରେ କିପରି ପାରଦର୍ଶିତା ଲାଭ କରିବେ ସେ ବିଷୟରେ ଶିଶୁଙ୍କୁ ଉଦ୍‌ବୋଧନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶାରୀରିକ ଶିକ୍ଷକ ଶ୍ରୀ ଯଦୁମଣି ବିଶ୍ଵାଳ ଯୋଗ ଦେଇ ଶାରୀରିକ ଓ ଖେଳ ମହତ୍ଵ ବିଷୟରେ ଆଲେକପାତ କରିଥିଲେ। ବିଦ୍ୟାଳୟର ଖେଳ ଆଚାର୍ଯ୍ୟ ଦ୍ଵୟ ଶ୍ରୀ ହେମନ୍ତ କୁମାର ବାଘ ଓ ଶ୍ରୀ ସୁବ୍ରତ କୁମାର ବିଶିଙ୍କ ସଂଯୋଜନାରେ ଏବଂ ସମସ୍ତ ଗୁରୁଜୀ ଗୁରୁମା ତଥା ସେବକ ସେବିକାଙ୍କ ସହଯୋଗିତାରେ ଖେଳ ସୁଚାରୁ ରୂପେ ସଂଚାଳିତ ହୋଇଥିଲା । ବିଦ୍ୟାଳୟର ଯୁଗ୍ମ ସଂପାଦକ ଶ୍ରୀ ଘନଶ୍ୟାମ ମିଶ୍ର ସ୍ଵାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁବାସ ଚନ୍ଦ୍ର ମିଶ୍ର ଅତିଥି ପରିଚୟ ଓ ଉଦ୍ଦେଶ୍ୟ କଥନ କରିଥିଲେ । ପ୍ରାରମ୍ଭରେ ସୋନପୁର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀଙ୍କ ପୂଜାର୍ଚ୍ଚନା ଓ ଶ୍ରୀ ବାଲଜୀ ଦେବଙ୍କ ଠାରୁ କ୍ରୀଡା ଜ୍ୟୋତି ଶିଶୁଙ୍କ ଦ୍ଵାରା ଅଣାଯାଇ ଅଖଣ୍ଡ ଦୀପ ପ୍ରଜ୍ବଳନ କରାଯାଇଥିଲା । ଅଧ୍ଯକ୍ଷାଙ୍କ ସମେତ ମାତୃଭାରତୀର ସମସ୍ତ ସଦସ୍ୟା ପୂର୍ଣ୍ଣ ସମୟ ରହି କ୍ରୀଡାରେ ସହଯୋଗ କରିଥିଲେ। ଏଥିରେ ମୋଟ ୬୬୯ ଭାଇ ଭଉଣୀ ବିଭିନ୍ନ ଦୌଡ଼, ଲମ୍ଫ ଓ କ୍ଷେପଣ କ୍ରୀଡାରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟରେ ସମସ୍ତଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.