ଆଇ.ସି.ଏମ୍.ଏସ୍ ଇନଷ୍ଟିଚ୍ୟୁଟରେ ବି.ଏଡ୍ ଛାତ୍ରଛାତ୍ରୀଙ୍କ ସ୍ବାଗତ ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ୨୦୨୪-୨୬ ଶିକ୍ଷାବର୍ଷ ରେ ଆଇ.ସି.ଏମ୍.ଏସ୍ ଇନଷ୍ଟିଚ୍ୟୁଟ ଭବାନୀପାଟଣାରେ ନାମାଙ୍କନ କରିଥିବା ବି.ଏଡ୍ ଛାତ୍ରଛାତ୍ରୀମାନଙ୍କ ସ୍ବାଗତ ସମାରୋହ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାରୋହରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ ସ୍ବାଗତ ଅଭିଭାଷଣ ପୂର୍ବକ ଛାତ୍ରଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଉପସ୍ଥିତ ଅତିଥିମାନଙ୍କୁ ତଥା ଶିକ୍ଷକ ହେବାର ସ୍ବପ୍ନରେ ଆଶାୟୀ ବନ୍ଧୁମାନଙ୍କୁ ସୁସ୍ଵଗାତ କରିଥିଲେ।

ସମାରୋହରେ ମୁଖ୍ୟ ଅତିଥି ଭାବରେ ମା’ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ ମୁଖ୍ୟ ମେଜର ଡ. ଜୟଦେବ ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଓ ଶିକ୍ଷକତାର ମହତ୍ତ୍ଵ ବିଷୟରେ ଉଦବୋଧନ ଦେଇଥିଲେ। ଜାତୀୟ ଶିକ୍ଷକ ସମ୍ମାନ ପ୍ରାପ୍ତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଅନ୍ୟତମ ଅତିଥି ଭାବରେ ଯୋଗଦେଇ ବିଜ୍ଞାନ ଏବଂ ପାଠକୁ ନେଇ ଶିକ୍ଷାର୍ଥୀ ଜୀବନରେ ଥିବା ଅନେକ ବାଧାବିଘ୍ନ ବିଷୟରେ କହିଥିଲେ।

ପୂର୍ବତନ ବିଜ୍ଞାନ ପର୍ଯ୍ୟବେକ୍ଷକ ତଥା ବୋର୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ନିଶଙ୍କ ଶିକ୍ଷାଦାନ ଓ ଶିକ୍ଷା ଗ୍ରହଣର ସଂଘର୍ଷ ତଥା ଛାତ୍ର ଜୀବନରେ ଶିକ୍ଷାର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଉସ୍ତାଦ ବିସ୍ମିଲ୍ଲା ଖାଁ ପୁରସ୍କାର ପ୍ରାପ୍ତ କଳାକାର ତଥା ଶିକ୍ଷକ ସର୍ବେଶ୍ଵର ଭୋଇ ଶିକ୍ଷକ ଏବଂ ତାଙ୍କର ଅନ୍ତର୍ନିହିତ ଗୁଣ କଣ ହେବା ଆବଶ୍ୟକ ତାହା ସୁନ୍ଦର ଗୀତ ମାଧ୍ୟମରେ ବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଲାଞ୍ଜିଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢ଼ଳଦେବ ମୁଣ୍ଡ ଛାତ୍ର ଓ ଶିକ୍ଷକ ଶିକ୍ଷକଙ୍କ ଶୃଙ୍ଖଳିତ ଜୀବନ ଏବଂ ସମୟାନୁବର୍ତ୍ତିତାକୁ ନେଇ ଆଲୋକପାତ କରିଥିଲେ।

ସଭାରେ ପୂର୍ବତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ ଆଇ.ସି.ଏମ୍.ଏସ୍ ଇନଷ୍ଟିଚ୍ୟୁଟ ଭବାନୀପାଟଣା ରେ ତାଙ୍କର ଅଭିଜ୍ଞତା ବ୍ୟକ୍ତ କରିଥିଲେ। ପରେପରେ ଆଇ.ସି.ଏମ୍.ଏସ୍ ଇନଷ୍ଟିଚ୍ୟୁଟରୁ କୃତକାର୍ଯ୍ୟ ହୋଇ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶେଷରେ ଅନୁଷ୍ଠାନର ଉପଦେଷ୍ଟା ମଣ୍ଡଳୀରୁ ପ୍ରଦୀପ କୁମାର ସାହୁ ଓ ଚନ୍ଦ୍ରଧ୍ୱଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.