ଜୁନାଗଡ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଜୁନାଗଡ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ଦୁଇ ଦିନ ଧରି ଏହି କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବୀଣାପାଣି ସାମନ୍ତଙ୍କ ଅଧ୍ୟକ୍ଷତାରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ମେହେର ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ରଂଜନ କୁମାର ପଣ୍ଡା ଯୋଗଦାନ କରିଥିଲେ । ଏହି ବାର୍ଷିକ କ୍ରୀଡାରେ ଲମ୍ବା ଡିଆଁ, ଉଚ୍ଚ ଡିଆଁ, ଡିସ୍କସ୍ ଥ୍ରୋ, ପୁଚି, ସଟଫୁଟ ପରି ବିଭିନ୍ନ ଦୌଡ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ଲକ୍ଷ୍ମୀଧର ବୋଡକିଆ, ରଞ୍ଜୁବାଳା ରଥ, ଅଜିତ ସତନାମି, ରାଜୁ କାନ୍ତ ସାହୁ, ଶଙ୍କରା ଭୋଇ, ଲୋପାମୁଦ୍ରା ମହାନ୍ତି, ବିନୋଦିନି ବେହେରା, ସ୍ୱର୍ଣ୍ଣପ୍ରଭା ସାହୁ, ବିଭୂତି ନାଏକ, ପ୍ରଜ୍ଞାପ୍ରଭା ପ୍ରଧାନ, ଝରଣା ଦୂର୍ଗା, ତିଳୋତ୍ତମା ନାଏକ, ରତ୍ନାମାଳା କର, ହରିପ୍ରିୟା ଭୋଇ, ଜୟନ୍ତି ଶବର, ପୁଷ୍ପାଞ୍ଜଳି ଶବର, ପୁଷ୍ପା ମହାର, ମୁକ୍ତା ମାଝୀ ତଥା ବିଦ୍ୟାଳୟର ସମସ୍ତଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଖେଳ ଶିକ୍ଷକ ଆଶୁତୋଷ ସାହୁ, ବିଜୟ ନାଏକ, ସୁଶାନ୍ତ କୁମାର ଦଳେଇ ଖେଳ ପରିଚାଳନା କରିଥିଲେ । ବରିଷ୍ଠ ବିଜ୍ଞାନ ଶିକ୍ଷକ ଘନଶ୍ୟାମ ଉପସ୍ଥିତ ରହି ନାଏକ ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.