ଗୋଷ୍ଠୀ ସଂଘର୍ଷ; ଥାନାରେ ପୋଲିସ ଜନତା ମୁହାମୁହିଁ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ। ଜଣେ ଯୁବକ ଗୁରୁତର, ୬ ଆହତ, ଘଟଣାକୁ ନେଇ ତୁଷୁରା ଥାନାରେ ଉତେଜନା। ସୂଚନା ଅନୁସାରେ ଗତ ଶୁକ୍ରବାର ଦିନ ଗୋଦାମ ପଡ଼ାର ଯୁବରାଜ ହରପାଳ କଲେଜ ଛକରେ ଗୁପ ଚୁପ ଖାଉଥିବା ବେଳେ ପତିତପାବନ ପଡ଼ାର ଯୁବକ କମେଣ୍ଟ ମାରିଥିଲେ। ଏ ନେଇ ଆଗରୁ ଥାନା ରେ ଥାନା ରେ ଲିଖିତ ଅଭିଯୋଗ ହୋଇ ଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ପରେ ଆଜି ଦିନ ଏଗାରଟା ସମୟରେ ପତିତପାବନ ପଡ଼ାର କିଛି ଯୁବକ ମରଣାସ୍ତ ସହ ଯୁବରାଜ ହରପାଳଙ୍କୁ ତୁଷୁରା ସହର ମୁଖ୍ୟ ରାସ୍ତାରେ ସଂଘବଦ୍ଧ ଆକ୍ରମଣ କରି କରିଥିଲେ। ଗୁରୁତର ଯୁବରାଜଙ୍କୁ ବଲାଙ୍ଗୀର ଭିମଭୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଛଅ ଜଣ ଆହତ ହୋଇଥିବା ଜଣାପଡିଛି। ଏନେଇ ଘଟଣାକୁ ନିୟତ୍ରଣ କରିବା ପାଇଁ ବଲାଙ୍ଗୀର ଏସଡିପିଓ ଏବଂ ତୁଷୁରା ଓ ଦେଓଗାଁ ପୋଲିସ ଉପସ୍ଥିତ ଥିବା ଦେଖା ଦେଇଛି। ଏପଟେ ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତଙ୍କୁ ଖୋଜୁଥିବା ବେଳେ ଜଣେ ଅଭିଯୁକ୍ତ ଅଟକ ଥିବା ସୂଚନା ମିଳିଛି। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.