ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ ବାଣୀ ମନ୍ଦିରର ୧୯୯୪ ବ୍ୟାଚ୍ ଛାତ୍ରଛାତ୍ରୀ ମାନଙ୍କ ସମୂହ ପ୍ରଚ଼େଷ୍ଟାରେ ଦ୍ବିତୀୟ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପଙ୍କାଳ ସ୍ଥିତ ଷଷ୍ଢା ଡ୍ୟାମ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ବନ୍ଧୁମାନେ ବିଦ୍ୟାଳୟ ଜୀବନର ଅଭୁଲା କାହାଣୀ ମନେ ପକାଇବା ସହ ବଣଭୋଜି କରି ଆନନ୍ଦ ଉଲ୍ଲାସର ସହ ବିଶେଷ ମୂହୁର୍ତ୍ତ ଅତିବାହିତ କରିଥିଲେ। ଏକ ସବୁଜ ସୁନ୍ଦର ପରିବେଶ ପାଇଁ ବୃକ୍ଷରୋପଣ ଜରୁରୀ, ଏହାକୁ ଦୃଷ୍ଟିରେ ରଖି ସମସ୍ତେ ବୃକ୍ଷରୋପଣ କରିଥିଲେ।