ଅଖିଳ ଭାରତୀୟ କୃଷକ ସଭା ତରଫରୁ ବିଡ଼ିଓଙ୍କ ନିକଟରେ ଦାବି ପତ୍ର

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଆଜି ଅଖିଳ ଭାରତୀୟ କୃଷକ ସଭା ପକ୍ଷରୁ ପୁରୁଷୋତ୍ତମପୁର ବ୍ଲକ ବିଡ଼ିଓ ଙ୍କ ନିକଟରେ ଏକ ଦାବି ପତ୍ର ଦିଆ ଯାଇଥିଲା l ବିଡ଼ିଓ ଙ୍କ ଅନୁପସ୍ଥିତି ରେ ମୁଖ୍ୟ କିରାଣୀ ଙ୍କୁ ଦାବି ପତ୍ର ଟି ଦିଆ ଯାଇଥିଲା l ମୁଖ୍ୟ ଦାବି ହେଲା ରବି ଋତୁ ରେ ଚାଷୀ ମାନଙ୍କୁ ବାଣ୍ଟିବା ପାଇଁ ଆସୁଥିବା ସରକାରୀ ବିହନ ଗୁଡିକ ସରକାରୀ କର୍ମଚାରୀ ଏବଂ କିଛି ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ରେ ଅସଲି ଚାଷୀ ମାନେ ପାଇପାରୁନାହାନ୍ତି ଏବଂ ପାଇଲେ ବି କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀ ର ଚାଷୀ ହିଁ ପାଉଛନ୍ତି l ଏଣୁ ଏ ବ୍ୟବସ୍ଥା ବନ୍ଦ କରି, ପ୍ରକୃତ ଚାଷୀ ଙ୍କୁ ଚିହ୍ନଟ କରି, ବିହନ ଦେବାକୁ ସଂଗଠନ ଦାବି ଜଣେଇଛନ୍ତି l ଏଥିରେ ଅଖିଳ ଭାରତ କୃଷକ ସଭା ର ନେତୃ ମଣ୍ଡଳୀ ସତ୍ୟନାରାୟଣ ମହାପାତ୍ର, ପ୍ରକାଶ ଚନ୍ଦ୍ର ବେହେରା,  ଉଦୟନାଥ ସସମଲ, ରାଜକିଶୋର ପୋଲାଈ, ଶଶୀ ପ୍ରଧାନ, ପ୍ରହଲ୍ଲାଦ ସ୍ୱାଇଁ, ଦଣ୍ଡପାଣି ପ୍ରଧାନ, ସହଦେଵ ନାହାକ, ରବୀନ୍ଦ୍ର ନାଥ ରାଉଳ ଆଦି ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.