ଭାନପୁର ଧାନ ମଣ୍ଡି ଉଦ୍ଘାଟିତ

ଶୃଙ୍ଖଳିତ ଭାବରେ ମଣ୍ଡି ଚଳଲଇବା ଦିଗରେ ସମସ୍ତଙ୍କ ସହଯୋଗ ଏକାନ୍ତ ଆବଶ୍ୟକ -ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଧାନ ମଣ୍ଡି ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ପ୍ୟାକ୍ସ ପାର୍ଶ୍ୱସ୍ଥ ବାଲିପଡା- ଭାନପୁର ମୁଖ୍ୟ ରାସ୍ତା କଡରେ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି। ଗତ ଚାରି ବର୍ଷ ହେଲା ନର୍ଲାର ଭାନପୁର, ଶାନ୍ତପୁର ଓ ତୁଳାପଡା ପ୍ୟାକ୍ସରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନେ ଧାନ କିଣୁଛନ୍ତି । ଏଥର ଶାନ୍ତପୁର ପ୍ୟାକ୍ସ ରେ ଧାନ କିଣାରୁ ଦିବ୍ୟ ଦୃଷ୍ଟି ସ୍ବୟଂ ସହାୟକ ଗୋଷ୍ଠୀ କୁ ବାଦ ଦିଆଯାଇଥିବା ସୂଚନା ମିଳିଛି।

Omkar Vasthu
Omkar Vasthu

ଏହିକ୍ରମରେ ଭାନପୁର ପ୍ୟାକ୍ସରେ ମଧ୍ୟ ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠି ଧାନ କିଣୁଛି। ୨୦୨୦ ରେ ନୂଆ ଭାବରେ କଳାହାଣ୍ଡି ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ଧାନ କିଣିବା ନିମନ୍ତେ ସରକାର ଦାଇତ୍ୱ ଦେଇଥିଲେ। ଚଳିବ ବର୍ଷ ମଧ୍ୟ ଏହି ଗୋଷ୍ଠି ଭାନପୁର ପ୍ୟାକ୍ସରେ ଧାନ କିଣୁଛନ୍ତି। ମଙ୍ଗଳବାର ଦିବା ୧୧.୩୦ ସମୟରେ ଭାନପୁର ମିଶନ ଶକ୍ତି ଭବନ ପରିସରରେ ଧାନ ମଣ୍ଡିକୁ ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ମହାଲକ୍ଷ୍ମୀଙ୍କ ଫଟୋଚିତ୍ର, ଆଦ୍ରତା ମାପକ ଯନ୍ତ୍ର ଓଜନ ପରିମାପକ ମେସିନ ଓ ଧାନବସ୍ତାରେ ଧୂପ, ଦୀପ ଦେଇ ନାରୀକେଳ ଭାଙ୍ଗି ପୂଜାର୍ଚ୍ଚନା କରି ଧାନମଣ୍ଡି ଉଦ୍ଘାଟନ କରିଥିଲେ । ଇତ୍ୟବସରରେ ସିଡ଼ିପିଓ ଅଞ୍ଜଳି ପଟ୍ଟନାୟକ, ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର, ପୂର୍ବତନ ସରପଞ୍ଚ ଧିରୋଜ ପଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ। ମିଲର୍ସ ଏଜେଣ୍ଟ ମହେଶ ପଧାନ, ଏମବିକେ ସସ୍ମିତା ଖାଡଙ୍ଗା, ଅଞ୍ଚଳର ଚାଷୀ ରମେଶ କୁମାର, ନାରାୟଣ ପଧାନ, ଜଗୁଲାଲ୍ ପଧାନ, ପ୍ରତାପ ଖାଡଙ୍ଗା, ଦୂର୍ଯୋ କୁମାର, ଗୋପାଳ ସାହୁ, କୁଞ୍ଜ ବିହାରୀ ସାହୁ, ମା ମହାଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଓ ଧାନ ମଣ୍ଡିରେ କାର୍ଯ୍ୟରତ ଶ୍ରମିକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠିର ସଭାନେତ୍ରୀ ସୁନୀତା ବେହେରା ଓ ଧର୍ମିଷ୍ଟା ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଇତ୍ୟବସରରେ ମିଶନ ଶକ୍ତିର ମହାଲକ୍ଷ୍ମୀ ଗୋଷ୍ଠି ଧାନ କିଣାରେ ଆଗରୁ କାମ କରି ଆସୁଥିବା ଶ୍ରମିକ ମାନଙ୍କୁ ନେଇ ଧାନ ମଣ୍ଡିରେ କାମ କରେଇବା ନିମନ୍ତେ ଉପସ୍ଥିତ ଶ୍ରମିକ, ଚାଷୀ, ଗୋଷ୍ଠୀର ମହିଳା ମାନେ ଓ ମିଲର୍ସ କିଭଳି ଉତ୍ତମ ସମନ୍ୱୟ ରଖି କାମ କରିବେ । ଚାଷୀଙ୍କ ତରଫରୁ ଧାନ ନଉଠିବା ନେଇ ଯେମିତି ପ୍ରଶ୍ନ ଆସିବ ନାହିଁ ସେ ଦିଗରେ ସମସ୍ତଙ୍କ ପ୍ରୟାସ ରହୁ । ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ଧାନ ମଣ୍ଡି ରେ ଧାନ କିଣା ଚାଲିବ ବୋଲି ମୁଖ୍ୟ ଅତିଥି ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଶ୍ରୀ ମାଝୀ ତାଙ୍କ ବକ୍ତବ୍ୟରେ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଶ୍ରୀମତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.