ମାନସ ରଞ୍ଜନ ପାତ୍ର ମେମୋରିଆଲ ଫୁଟବଳ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ରେଙ୍ଗାଳପାଳି ପଞ୍ଚାୟତ ଡ଼ଙ୍ଗରୀଗୁଡା ଖେଳ ପଡିଆ ଠାରେ ମାନସ ରଞ୍ଜନ ପାତ୍ର ମେମୋରିଆଲ ସପ୍ତ ଦିବସୀୟ ଫୁଟବଳ ଟୁର୍ଣ୍ଣାମେଣ୍ଟ ବସୁନ୍ଧାରୀ ଯୁବକ ସଂଘ ଡ଼ଙ୍ଗରୀଗୁଡା ଆନୁକୂଲ୍ୟରେ ମଙ୍ଗଳବାର ଉଦଘାଟିତ ହୋଇଛି।ଉଦଘାଟନୀ ଦିବସର ପ୍ରଥମ ଖେଳ ଧର୍ମଗଡ଼ ଓ କର୍ଲାକୋଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଧର୍ମଗଡ ୨/୧ ଗୋଲ ସ୍କୋର କରି ବିଜୟୀ ହୋଇଛି।ଦ୍ଵିତୀୟ ଖେଳ ଭଇଁରୀଗୁଡା ଓ ଦାସିଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଇଁରୀଗୁଡା ୩/୦ ଗୋଲ ସ୍କୋର କରି ବିଜୟୀ ହୋଇଛି। ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅନିରୁଦ୍ଧ ପାତ୍ର,ସ୍ବର୍ଗତ ମାନସ ରଞ୍ଜନଙ୍କ ପିତା ଅବସର ପ୍ରାପ୍ତ ଖେଳ ଶିକ୍ଷକ କୃପାସିନ୍ଧୁ ପାତ୍ର, ମାତା ପ୍ରମୋଦିନୀ ପାତ୍ର, ରେଙ୍ଗାଲପାଲି ଗ୍ରାମପଞ୍ଚାୟତ ନାଏବ ସରପଞ୍ଚ ଅଶୋକ ଭୋଇ, ବାଳକୃଷ୍ଣ ନାଏକ, ବିଦ୍ୟାଧର ମାଝୀ ପ୍ରମୁଖ ମଞ୍ଚାସିନ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଖେଲ ଶିକ୍ଷକ ନବୀନ କୁମାର ବଗର୍ତି ଖେଳ ପରିଚାଳନା କରିଥିବା ବେଲେ ଲାଇନ୍ସମ୍ୟାନ୍ ଭାବେ ରାଜ କୁମାର ହେର୍ଣ୍ଣା ଓ କୁଞ୍ଜବିହାରୀ ମାଝୀ ସହଯୋଗ କରିଥିଲେ। ବାବୁଲାଲ ଶବର ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ।ଏହି ଟୁର୍ଣ୍ଣମେଣ୍ଟରେ ବସୁନ୍ଧାରୀ ଯୁବକ ସଂଘ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.