ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଦୁଇ ଦିନ ଧରି ଚାଲିଥିବା ୨୭ ତମ ବାର୍ଷିକ କ୍ରୀଡା ମଙ୍ଗଳବାର ଉଦଯାପିତ ହୋଇଛି। ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନରେଶ କୁମାର ପଣ୍ଡା ଯୋଗ ଦେଇଥିଲେ।ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ବୃନ୍ଦାବନ ପୁଝାରୀ, ସମ୍ପାଦକ ରାମକୃଷ୍ଣ ପଟ୍ଟନାୟକ, ଉପ ସଭାପତି ପରମେଶ୍ୱର ବାଗ, ସହ ସମ୍ପାଦକ ଜିତେନ୍ଦ୍ର କୁମାର ନିଆଲ, କୋଷାଧ୍ୟକ୍ଷ ଦିଗନ୍ତ କୁମାର ପଟ୍ଟନାୟକ, ମହେନ୍ଦ୍ର ବେହେରା,ଗାୟତ୍ରୀ ବାଣୁଆ, ପଙ୍କଜିନୀ ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସିନ ରହିଥିଲେ।ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗୁରୁଜୀ ଉତ୍ତମ ପଣ୍ଡା ଓ ପରମାନନ୍ଦ ବେମାଲ ମଞ୍ଚ ପରିଚାଳନା କରିଥିଲେ । ଶିଶୁ ମନ୍ଦିର ର ଛାତ୍ରଛାତ୍ରୀମାନଙ୍କୁ ନେଇ ବଳଫିଙ୍ଗା, ପୁଚି, ଚୌକିବସା, କଙ୍କଡାଚାଲି ଦୌଡ଼, ଲମ୍ବଡିଆଁ, ଉଚ୍ଚ ଡିଆଁ, ସର୍ଟପୁଟ, ଡିଷ୍କକସ, ମ୍ୟୁଜିକ ଚେୟାର,ଭାଲୁ ଚାଲି,ଭଳି ଅନେକ ପ୍ରତିଯୋଗିତା କରାଯାଇଥିଲା । ଏହି କ୍ରୀଡା ପ୍ରତିଯୋଗିତାରେ ଗୁରୁମା ସନ୍ଧ୍ୟାରାଣୀ ମହାରଣା, ମିନତୀ ପଟ୍ଟନାୟକ, ତରୁଣୀ ଗୋପାଳ, ମିନାକ୍ଷୀ ନାଗ, ସୁଲଗ୍ନା ଦାସ, ବୈଶାଳୀ ନାଗ, ସ୍ନିଗ୍ଧା ଭଞ୍ଜ, ଗୁରୁଜୀ ମୁରଲୀଧର ପଟ୍ଟନାୟକ, ଦୁଷ୍ମନ୍ତ ପୁଝାରୀ, ଭୋଳାନାଥ ବେମାଲ, ଭିକାରୀ ବିଶି, ବାଦ୍ୟଯନ୍ତ୍ରରେ ଭୁବନେ ସୁନାନୀ, ତନୁକ ଲାଲ ନାଗ ପ୍ରମୁଖ ସହଯୋଗ କରିଥିଲେ।ଉଦଯାପନୀ ସମାରୋହରେ କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ପ୍ରଦାନ କରାଯାଇଥିଲା।