ମହମ୍ମଦ ଅସଲମ ସ୍ମୃତି ସମ୍ମାନ-୨୦୨୪ ପାଇବେ ଆକାଶ ମୁଣ୍ଡ, ଲକ୍ଷ୍ମୀକାନ୍ତ ବାଗ ଓ ବସନ୍ତ ନାଏକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡିର ଜଣେ ସାଲିସ ବିହିନ ଦିବଂଗତ ସାମ୍ବାଦିକ ମହମ୍ମଦ ଅସଲମଙ୍କ ସ୍ମୃତି ସଭା ଆସନ୍ତା ଡିସେମ୍ବର ୧୫ ତାରିଖ ଦିନ ଭବାନୀପାଟଣା ସ୍ଥିତ ଅମଲା ଭବନଠାରେ ଅନୁଷ୍ଠିତ ହେବ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳାହାଣ୍ଡିର ତିନି ଜଣ ପ୍ରତିଭାଙ୍କୁ ମହମ୍ମଦ ଅସଲମ ସ୍ମୃତି ସମ୍ମାନ-୨୦୨୪ ପ୍ରଦାନ କରାଯିବ। ବୁଧବାର ମହମ୍ମଦ ଅସଲମ୍ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। କ୍ରୀଡ଼ା କ୍ଷେତ୍ରରେ ଆନ୍ତର୍ଜାତୀୟ ପୁରୁଷ ପାରା ବ୍ୟାଡମିଣ୍ଟନ ଚମ୍ପିୟନସିପ୍ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଭବାନୀପାଟଣା ଇରିଗେସନ୍ କଲୋନୀର ଉଦୀୟମାନ ଯୁବ ପ୍ରତିଭା ଆକାଶ ମୁଣ୍ଡ, ସାମ୍ବାଦିକତା କ୍ଷେତ୍ରରେ ଉଦୀୟମାନ ଯୁବ ସାମ୍ବାଦିକ ଧର୍ମଗଡ ବ୍ଲକ ଜୟନ୍ତପୁର ଗ୍ରାମର ଲକ୍ଷ୍ମୀକାନ୍ତ ବାଗ ଏବଂ ସେବା କ୍ଷେତ୍ରରେ ଭବାନୀପାଟଣା ପୌର ପାଳିକାରେ ସଫେଇ କର୍ମଚାରି ଭାବରେ କାର୍ଯ୍ୟରତ ବସନ୍ତ ନାଏକଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ।  ଆଜି ଅନୁଷ୍ଠିତ ବୈଠକରେ ମହମ୍ମଦ ଅସଲମ୍ ସ୍ମୃତି କମିଟିର କର୍ମକର୍ତ୍ତା ବିଜୟ ସାହୁ, ଦୁଃଖୀଶ୍ୟାମ ପ୍ରଧାନ, ସୁଶାନ୍ତ ମହାପାତ୍ର, ଅଜିତ ସିଂହ, ମନମୋହନ ପ୍ରଧାନ, ଅବିନାଶ ଠାକୁର, ନରେଶ ଚୌଧୁରୀ, ରାଜେଶ ଦୀପ, ଶୁଭମ୍ ରୋହିଲା, ତାପସ ମହାନ୍ତି, ଅମ୍ରେଶ ପାଢ଼ୀ, ଅମିୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ +୨ ଏବଂ +୩ ରେ ଅଧ୍ୟୟନ କରୁଥିବା ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ‘ଗଣତନ୍ତ୍ରକୁ ସୁଦୃଢ କରିବାରେ ଗଣମାଧ୍ୟମର ଭୂମିକା’ ପ୍ରସଙ୍ଗକୁ ନେଇ ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି। କୃତି ଛାତ୍ର ଛାତ୍ରୀଙ୍କୁ ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ଦିନ ପୁରସ୍କୃତ କରାଯିବା ନେଇ ସ୍ଥିରକୃତ ହେଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.