ତିତ୍‌କେଲାର ଚାଷୀ ନରୋତ୍ତମଙ୍କ ଫସଲ ଧ୍ୱଂସି ଦେଲେ ବଣୁଆ ହାତୀପଲ

ଧନ ବିକି ପାଇଥାନ୍ତେ ୬ ଲକ୍ଷ ଟଙ୍କା, ଚିନ୍ତାରେ ଚାଷୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରା ଗ୍ରାମ ପଞ୍ଚାୟତର ଚିତକେଲାକୁ ଗତ ତିନି ବର୍ଷ ହୋଇଗଲା ବଣୁଆ ହାତୀପଲ ଆସି ଫସଲ ଧ୍ୱଂସୁଥିବାର ଦେଖିବାକୁ ମିଳିଛି। ଗତ ୨୦୨୩ ରେ ମଧ୍ୟ ହାତୀପଲ ଆସି ଫସଲ ଖାଇଯିବା ସହ ଦଳି ଚକଟି ଚାଷକୁ ଧ୍ୱଂସି ଦେଇଥିଲେ। ଚଳିତ ବର୍ଷ ମଧ୍ୟ ଏହାର ପୁନରାବୃତ୍ତି ଘଟିଥିବା ଦେଖିବାକୁ ମିଳିଛି। ତିତକେଲାରେ ୫ ଜଣ ଚାଷୀଙ୍କ ୨୦ ଏକରରୁ ଉର୍ଦ୍ଧ୍ୱ ଚାଷ ଜମିରେ ତାଣ୍ଡବ ରଚିଛନ୍ତି ହାତୀପଲ। ପର୍ଯ୍ୟାପ୍ତ ଧାନ ଫସଲ ହାତୀପଲ ଧ୍ୱଂସି ଦେଇଥିବା ବେଳେ ଉକ୍ତ ଗାଁ ର ନରୋତ୍ତମ ବିଶ୍ୱାଳଙ୍କ ନିଜସ୍ୱ ୫ ଏକର ଓ ଭାଗଚାଷ କରିଥିଲେ ୪ ଏକର ଏଭଳି ମୋଟ ୯ ଏକର ଫସଲକୁ ପୁରା ସର୍ବନାଶ କରିଦେଇଛନ୍ତି ହାତୀପଲ। ବାପୁଡା ଚାଷୀ ହାତୀ ଦଳି ଦେବାପରେ ଧାନ ଫସଲର ଦୟନୀୟ ସ୍ଥିତି ଦେଖି ମୁଣ୍ଡରେ ହାତ ଦେଇ ବସିଛନ୍ତି। ବର୍ଷ ସାରା ଖାଇବେ କଣ? ପରିବାର ପୋଷଣ କରିବେ କେମିତି? ମହାଜନୀ ଋଣ ସୁଝିବେ କିପରି ସେହି ଚିନ୍ତାରେ ଭାଙ୍ଗି ପଡିଛନ୍ତି ନରୋତ୍ତମ। ଠିକ ଧାନ ପାଚି ଆସିବା ବେଳକୁ, ଅମଳର କିଛି ଦିନ ପୂର୍ବରୁ ବଣୁଆ ହାତୀପଲ ଫସଲ ଉଜାଡି ଦେଇଛନ୍ତି। ହାତୀପଲ ଫସଲ କ୍ଷତି କରିନଥିଲେ ମୁଁ ମୋ ୯ ଏକର ଜମିରେ ୨୦୦ କ୍ୱିଣ୍ଟାଲ ଧାନ ଅମଳ କରିଥାନ୍ତି। ଏବର୍ଷ ଧାନ ଭଲ ହୋଇଥିଲା। ସରକାର ମଧ୍ୟ ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି। ମୁଁ ଧାନ ବିକି ୬ ଲକ୍ଷ ଟଙ୍କା ପାଇଥାନ୍ତି। ୨୦୦ କ୍ୱିଣ୍ଟାଲ ଧାନ ପାଇଥାନ୍ତି ହେଲେ ହାତୀ ପଲଙ୍କ ଦୌରାତ୍ମ୍ୟ ଯୋଗୁଁ ଜମିରୁ ଗୋଟିଏ କିଲୋ ବି ଧାନ ବାହାରିବ ନାହିଁ ବୋଲି ଅଶୃଳ ନୟନରେ ମତବ୍ୟକ୍ତ କରିଛନ୍ତି ତିତ୍‌କେଲାର ଚାଷୀ ନରୋତ୍ତମ।

Omkar Vasthu
Omkar Vasthu

ନର୍ଲା ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠାକାର ଚାଷୀ ଇନ୍ଦ୍ର ଦେବତାଙ୍କୁ ଭରଷା କରି ଚାଷ କରିଥାନ୍ତି । ଯେଉଁ ବର୍ଷ ବର୍ଷା ଭଲ ହେଲାତ ଠିକ ନହେଲେ ମରୁଡିର ତାଡନାରେ ଚାଷୀ ସର୍ବସ୍ୱାନ୍ତ ହୋଇଥାନ୍ତି। ଏହାବାଦ ଧୋଇ, ମରୁଡି, ରୋଗ, ପୋକ ଦାଉରୁ ବଞ୍ଚାଇ ଆସି ଫସଲ ଅମଳ କରି ଘରକୁ ଆଣିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ହାତୀପଲଙ୍କ ଉପଦ୍ରବ ଏଅଞ୍ଚଳର ଚାଷୀ କୂଳଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛି । ତିତକେଲା ଗ୍ରାମକୁ ଗତ ଚାରି ବର୍ଷ ହୋଇଗଲା ହାତୀ ଆସି ଫସଲ ଧ୍ୱଂସୁଛନ୍ତି। ହେଲେ ଗତ ୨୦୨୨ ରୁ ହାତୀ ଉପଦ୍ରବର ଶୀକାର ହୋଇ ଆସୁଛନ୍ତି ଚାଷୀ ନରୋତ୍ତମ। ଧାର କରଜ କରି ରୋଗ ପୋକ ଦାଉରୁ ସୁରକ୍ଷା ଦେଇ ଶେଷରେ ନିଜ କଷ୍ଟାର୍ଜିତ ଫସଲକୁ ରଖି ପାରିନାହାନ୍ତି ଚାଷୀ ନରୋତ୍ତମ ବିଶ୍ୱାଳ। ଶେଷରେ ନିଜ ଭାଗ୍ୟକୁ ଆଦରି ପଡିଛନ୍ତି ସେ। ଏଣୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ସର୍ବସ୍ୱାନ୍ତ ହୋଇପଡିଥିବା ତିତ୍‌କେଲାର ଚାଷୀ ନରୋତ୍ତମକୁ ସରକାର ସହଯୋଗର ହାତ ବଢାଇ ତାଙ୍କୁ କ୍ଷତି ପୁରଣ ପ୍ରଦାନ କରନ୍ତୁ ବୋଲି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.