ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବିଭିନ୍ନ ସ୍ଥାନରେ ଲକ୍ଷ୍ମୀ ପୂଜା ସବୁ ଚାଲିଥିବା ବେଳେ ସର୍ଗିଗୁଡ଼ା ଡିଗିରାପଡା ରେ ଭବ୍ୟ ଭାବରେ ଚାଲିଛି ମହାଲକ୍ଷ୍ମୀ ପୂଜା। ଏନେଇ ମଙ୍ଗଳବାର ସନ୍ଧ୍ୟାରେ ସାନ୍ଦୁଲ ନଦୀରୁ ଯାତ୍ରା ଅନୁଷ୍ଠିତ ହୋଇଥିଲା। ବୁଧବାର ସକାଳୁ ପୁଜା ଆରମ୍ଭ ହୋଇଛି। ଗତ ୧୦ ବର୍ଷ ହୋଇଗଲାଣି ଡିଗିରାପଡା ପୂଜା କମିଟି ତରଫରୁ ଚାଲି ଆସୁଛି ଏହି ପୁଜା। ଚଳିତ ବର୍ଷ ପୁଜା କମିଟିର ସଭାନେତ୍ରୀ ମନଭଙ୍ଗି କରୁଆଁ ଓ ସମ୍ପାଦିକା କନକ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୂଜା ପରିଚାଳିତ ହେଉଥିବା ବେଳେ କମିଟି ସଦସ୍ୟା ତଥା ବ୍ରତୀ ବନିତା ପୋଢ଼, ଚନ୍ଦ୍ରା ଭୋଇ, ବେଲ ଦୀପ, ସୁଲୋଚନା ବେହେରା, ପୁନମ ଘିଭେଲା, ଚୁମକି ପୋଢ଼ ପ୍ରମୁଖ ବିଭିନ୍ନ ଦାୟୀତ୍ୱରେ ରହି ପୂଜା ପରିଚାଳନାରେ ସହଯୋଗ କରୁଛନ୍ତି। ସୁଶୀଳା ମାଝୀ ଓ ସୁଦନ ମାଝୀ ଦମ୍ପତି ପୂଜା କର୍ତ୍ତା ଭାବରେ ଦାୟୀତ୍ବ ନିର୍ବାହନ କରୁଥିବା ବେଳେ ପୂଜକ ଭାବରେ ପଣ୍ତିତ ଦୁଃଖିଶ୍ୟାମ ମିଶ୍ର ଦାୟୀତ୍ବ ସମ୍ପାଦନ କରୁଥିବା ଜଣାପଡିଛି। ତିନିଦିନ ଧରି ପୂଜା ଚାଲିବ। ଶୁକ୍ରବାର ସନ୍ଧ୍ୟାରେ ପୂର୍ଣ୍ଣାହୂତି ପଡ଼ିବ ବୋଲି କମିଟି ସୁତ୍ରରୁ ସୂଚନା ମିଳିଛି।