ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡର ବିଶିଷ୍ଟ ସମାଜସେବୀ ତଥା ଧର୍ମପରାୟଣ ବ୍ୟକ୍ତି ସ୍ଵର୍ଗତ ଗୋବିନ୍ଦରାମ କେଡିଆଙ୍କ ଦ୍ୱାଦଶହରେ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ଜନ୍ମସ୍ଥାନ ତୁଷୁରାରେ ଅନୁଷ୍ଠିତ ହୋଇଥିଲା। କେଡିଆ ପରିବାର ତରଫରୁ ଏନେଇ ତୁଷୁରା କେଡିଆ ରାଇସ ମିଲ ଠାରେ ଏହାର ଭବ୍ୟ ଆୟୋଜନ କରାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ତୁଷୁରାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରା, ନର୍ଲାର ପୂର୍ବତନ ବିଧାୟକ ଭୁପିନ୍ଦର ସିଂଙ୍କ ସମେତ ଅନେକ ରାଜନେତା ଓ ପ୍ରଶାସନିକ ଅଧିକାରୀ ଯୋଗଦେଇ ଅମର ଆତ୍ମାର ସଦ୍ଗତି କାମନା କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପ୍ରଥମେ ତାଙ୍କ ପରିବାରର ବରିଷ୍ଠ ସଦସ୍ୟ ଜୟ ଦୟାଲ କେଡିଆ, ଦୀନ ଦୟାଲ କେଡିଆ, ପ୍ରେମଦୟାଲ କେଡିଆ,ଇଶ୍ୱର ଦୟାଲ, ଭାଗବାତ ଦୟାଲ, ବିମଲ କୁମାର କେଡିଆ, ଝିଅ ଓ ବୋହୁଙ୍କ ମଧ୍ୟରେ ଶୀତଲ, ସରିତା, ମଧୁ, ପ୍ରଜ୍ଞା, ମନିଶ, ସାଲୁ, ପୁଜା, ସାରଦା, ବିନିତା, ଗୁଡ୍ଡି ଏବଂ ନାତି ଧିରଜ, ଅମନ, ରାହୁଲ, ରୋହନ, ଆଦିତ୍ୟ ପ୍ରମୁଖ ସ୍ୱର୍ଗତ ଗୋବିନ୍ଦରାମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ସ୍ୱର୍ଗତ କେଡିଆଙ୍କ କର୍ମଭୂମି ନର୍ଲାରୁ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇଥିବା ପିଣ୍ଟୁ ପରିଡା, ମନୋଜ ଅଗ୍ରୱାଲ, ହମେଶ ଜୈନ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ରୁପ୍ରାରୋଡର ପୂର୍ବତନ ସରପଞ୍ଚ ଚିତ୍ତରଂଜନ ରଣା, ନର୍ଲା ପେସିଫିକ ପବ୍ଲିକ ସ୍କୁଲର ଚେଆରମେନ ପ୍ରଶାନ୍ତ ନାଏକ, ମହେନ୍ଦ୍ର ଚାନ୍ଦ, ସୁମନ୍ତ ପୁଝାରୀ, ତୀର୍ଥ ବୁଦ୍ଧିଆ, କୃଷ୍ଣ ଅଗ୍ରୱାଲ, କୃଷ୍ଣ ସାହୁ, ଭାନପୁର ର ମହେଶ ପଧାନ, ସେରଗଡର ବୁଲୁ ସାହୁ ପ୍ରମୁଖଙ୍କ ସମେତ ତୁଷୁରାର ଶତାଧିକ ବ୍ୟକ୍ତି ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ତା ୩୦/୧୧ ରେ ଗୋବିନ୍ଦରାମ କେଡିଆଙ୍କ ରାୟପୁର ସ୍ଥିତ ତାଙ୍କ ବାସ ଭବନରେ ବାର୍ଦ୍ଧକ୍ୟତା ହେତୁ ଦେହାନ୍ତ ହୋଇଥିଲା। ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମ ମାଟି ତୁଷୁରା ଅଣାଯାଇ ସେଠାରେ ଅନ୍ତିମ ସଂସ୍କାର କରାଯାଇଥିଲା। ସ୍ୱର୍ଗତ କେଡିଆ ନର୍ଲାରୋଡ ନୀଳକଣ୍ଠେଶ୍ୱର ଶିବ ମନ୍ଦିର, ନର୍ଲାରୋଡ ଦୁର୍ଗାମନ୍ଦିର ପରିଚାଳନା କମିଟିର ସଦସ୍ୟ ରହିଥିଲେ। ଏହାବାଦ ଅଞ୍ଚଳର ଅନେକ ଧର୍ମାନୁଷ୍ଠାନ, ନାମଯଜ୍ଞ ପ୍ରଭୃତିରେ ତାଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ରହୁଥିଲା।