୭୫ ବର୍ଷରେ ପଦାର୍ପଣ କଲା ବୁର୍ଲା ହାଇସ୍କୁଲ: +୨ କୁ ଉନ୍ନିତ କରିବା ସହିତ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ୮୩ ସିନିୟର ବ୍ୟାଚ୍ ଛାତ୍ର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କୁ କଲେ ନିବେଦନ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ବୁର୍ଲା ସରକାରୀ ଉଚ୍ଚବିଦ୍ୟାଳୟ ହୀରାକୁଦ ନଦୀବନ୍ଧ ନିର୍ମାଣ ଦିନଠୁଁ ୧୯୪୯ ଆରମ୍ଭ ହୋଇଛି l ପୂର୍ବରୁ ହୀରାକୁଦ ହାଇସ୍କୁଲ୍ର ନାମରେ ନାମିତ ହୋଇଥିଲା l ଏହି ସ୍କୁଲ ବହୁ ସଂଖ୍ଯାରେ ଗୁଣାତ୍ମକ ଛାତ୍ରଛାତ୍ରୀ ଏବଂ ନାଗରିକ ନିର୍ମାଣ କରିଛି l ଦେଶ ଏବଂ ବିଦେଶରେ ଡାକ୍ତର, ଇଞ୍ଜିନିଅର, ଏପରିକି ସ୍ଥଳ ସେନା ବାହିନୀର ମୂଖ୍ୟ, ସାଂସଦ, ବିଧାୟକ ଅଛନ୍ତି l ପୂର୍ବରୁ ଘରୋଇ ସ୍କୁଲ୍ ନଥିଲା l ବୁର୍ଲା ସ୍କୁଲ୍ ଦେଶ ଏବଂ ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରି ପାରିଥିଲା l ଘରୋଇ ସ୍କୁଲର ପ୍ରାଧାନ୍ୟ ବୃଦ୍ଧି ସାଙ୍ଗକୁ ଏହି ସ୍କୁଲ୍ ପ୍ରତି ଦୃଷ୍ଟି ନ ଦେବା ଫଳରେ ଧିରେ ଧିରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହିତ ଭଲ ଛାତ୍ରଛାତ୍ରୀ ନିର୍ମାଣ ପ୍ରକ୍ରିୟା କମି କମି ଆସିଲା l ଶିକ୍ଷା, କ୍ରୀଡା, ବିଜ୍ଞାନ, ପ୍ରତିଯୋଗିତା, ସାଂସ୍କୃତିକ,ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ନାଭାଲ୍ ପ୍ରଭୁତି କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ର ଅଧିକାରୀ ଥିଲା l ଦୀର୍ଘ ବର୍ଷ ହେଲା ଏନ୍. ସି. ସି ଚାଲୁ ନାହିଁ l ଦିନେ ଏହି ସ୍କୁଲ ର ଛାତ୍ରଛାତ୍ରୀ ଦିଲ୍ଲୀ ସ୍ଵାଧୀନତା ଦିବସ ପ୍ୟାରେଡ୍ ରେ ଭାଗ ନେଇ ଗୌରବ ଅର୍ଜନ କରିଥିଲେ l ୨୩ ଏକର ଜମି ମଧ୍ୟରୁ ଏବେ ସ୍କୁଲ୍ ଅଧୀନରେ ୭ ଏକର ଜମି ରହିଛି l କିଛି ଏକର ଜମି ସହିତ ପିଲାମାନଙ୍କ ଖେଳ ପଡିଆକୁ ଷ୍ଟାଡିୟମ୍ ନିର୍ମାଣ ସକାଶେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ବହୁ ବର୍ଷ ପୂର୍ବେ ନେଇଥିଲେ ମଧ୍ୟ ଷ୍ଟାଡିୟମ୍ ନିର୍ମାଣ ହୋଇପାରି ନାହିଁ l ବର୍ତ୍ତମାନ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ପଡିଆ ମୁକ୍ତ ଆକାଶର ପାଇଖାନା ପାଲଟିଛି l ବହୁ ଜମି ରହିଛି ଜବରଦଖଲରେ l ନିର୍ମାଣ ହୋଇଥିବା ଖୋଲା ଦୋକାନ ଗୃହ ଅସାମାଜିକଙ୍କ ଆଡ୍ଡା ସ୍ଥଳୀ ହୋଇଛି l ନବୀନ୍ ପଟ୍ଟନାୟକ ଷ୍ଟାଡିୟମ୍ ନିର୍ମାଣ ପାଇଁ ଶିଳାନ୍ୟାସ ଦେଇଥିଲେ ଯେଉଁ ଜମିରେ ପ୍ରାଥମିକ ବିଦ୍ୟାଳୟ ଥିଲା ଆଜି ସେଇଠି ବ୍ୟାଙ୍କ ଓ ଟେଲିଫୋନ ବିଭାଗ ହାତରେ l ସବୁ କୋଠିରେ ପାଣି ଗଳୁଛି l ମହାନଦୀ କୋଇଲା କମ୍ପାନୀ ପକ୍ଷରୁ ନିର୍ମିତ ପାଚେରୀ ବହୁ ସ୍ଥାନରେ ଭାଙ୍ଗି ଯାଇଛି l ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ ସକାଶେ ଘରୋଇ ଏବଂ ସରକାରୀ ସ୍ତରରେ ପ୍ରତିଯୋଗିତା ଚାଲିଛି l ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀ ତଳେ ବସନ୍ତି, ଅଧ ପନ୍ତରା ଦରିରେ, ବେଞ୍ଚ ଟେବୁଲ୍ ଅବସ୍ଥା ନ କହିବା ଭଲ l ପୁରୁଣା ଇଲେକ୍ଟ୍ରି ତାର ବହୁ ସ୍ଥାନରେ ଅବ୍ୟବସ୍ଥାରେ l ପ୍ରାଥମିକ ବିଦ୍ୟାଳୟ ଓ ମାଧ୍ୟମିକ ଶ୍ରେଣୀରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ନାହାଁନ୍ତି l ସୌଚାଳୟର ନବିକରଣର ଆବଶ୍ୟକତା ଅନୁଭବ ହେଉଛି l ପିଲାମାନଙ୍କୁ ସ୍କୁଲ୍ ପରେ ସ୍ଵତନ୍ତ୍ର କୋଚିଂ କ୍ଲାସ ମାଧମରେ ଦିଆଯାଉଥିଲା ଏବେ ବନ୍ଦ ହୋଇଥିବା ଜଣାପଡିଛି l ଶିକ୍ଷକ ଶିକ୍ଷୟତ୍ରୀଙ୍କ ସକାଶେ ପରିସରରେ ବାସ ଉପଯୋଗୀ ଘର ନାହିଁ l ପୂର୍ବରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରାଯାଇଥିବା ଶୁଣିବାକୁ ମିଳେ, ତଥାପି ଅସମାହିତ ସମସ୍ୟା ରହିଛି l ଉପରୋକ୍ତ ସମସ୍ୟା ଗୁଡ଼ିକର ସମାଧାନ କରିବା ସହିତ ସ୍କୁଲକୁ +୨ କୁ ଉନ୍ନିତ କରିବାକୁ ୧୯୮୩ ସିନିୟର ମାଟ୍ରିକ୍ ବ୍ୟାଚ୍ ଛାତ୍ର ଙ୍କ ପକ୍ଷରୁ ମୁଖ୍ଯମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ବିଭାଗର ମନ୍ତ୍ରୀ ଙ୍କୁ ନିବେଦନ କରାଯାଇଛି l 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.