ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ ପାଇଁଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାର୍ଯ୍ୟଳୟ ଠାରେ ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରି ହିମାଞ୍ଚଳ ମାଝୀ, ତହସିଲଦାର ନବୀନ କିଶୋର ପାଢ଼ୀ, ବିଜେପି ନେତା ତ୍ରିନାଥ ଶବର, ଘୁମୁରା ଗୁରୁ ମହେଶ୍ୱର ସରାଫ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା ନିମନ୍ତେ ନୂତନ କମିଟି ଗଠନ କରାଯାଇଥିଲା। ଏବଂ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ସମସ୍ତଙ୍କ ମତାମତ ପରେ ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ପାଇଁ ଜାନୁଆରୀ ୮ ଓ ୯ ତାରିଖ ଦୁଇ ଦିନ ଧରି ଧାର୍ଯ୍ୟ କରାଯାଇଛି। ଏଥିରେ ବିଭିନ୍ନ କଳା, ସଂସ୍କୃତି, ଲୁକ୍କାୟିତ ପ୍ରତିଭା ନେଇ ବିଭିନ୍ନ ସ୍କୁଲ, କଲେଜ ଓ ଅନେକ ଅନୁଷ୍ଠାନରୁ ଲୋକେ ନିଜର କଳା ସଂସ୍କୃତି ପ୍ରଦର୍ଶିତ କରିବା କାର୍ଯ୍ୟକ୍ରମ ରହିଛି। ଏଥି ସହିତ ଅନେକ ଗୁଡ଼ିଏ ଷ୍ଟଲ କରାଯିବା ନେଇ ପ୍ରସ୍ତାବ ଆଗତ ହୋଇଛି। ଚଳିତ ବର୍ଷ ଉତ୍ସବକୁ ଆକର୍ଷଣ କରିବା ପାଇଁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ଵରୀ ମନ୍ଦିର, ମୁଖ୍ୟ ଗେଟ୍ ସହ ରାଜ ଭବନକୁ ନେଇ ମଞ୍ଚ ତିଆରି କରିବା ପାଇଁ ସ୍ଥିର କରାଯାଇଛି। ବୈଠକରେ ପିଏଚିଇଓ ଶର୍ମିଲା ଛତ୍ରିଆ, କନିଷ୍ଠ ଯନ୍ତ୍ରୀ କୀର୍ତ୍ତି ବେହେରା, ସୁକାନ୍ତ ବେହେରା, ପିପି ସିଂ, ପୁରୁଷୋତ୍ତମ ଗୁପ୍ତା, କଲେଜ ଅଧ୍ୟକ୍ଷ ପୁଷ୍ପରାଜ ମେହେର, ଅଧ୍ୟାପକ ଐରୀ ନାଶନ ଚିନ୍ଦା, ଅଶ୍ବିନୀ ପଟ୍ଟନାୟକ, ସୁବ୍ରତ ବେହେରା, ଏବିଇଓ ତୋଫାନ ମାଝୀ, ଶିବ ପ୍ରସାଦ ପ୍ରଧାନୀ, ତ୍ରିଭୁବନ ନାଏକ, ସମିତି ସଭ୍ୟ ଘନଶ୍ୟାମ ନାଏକ, ଜିତେନ୍ଦ୍ର ପ୍ରଧାନୀ, ନିମାଇଁ ଚରଣ ଧଙ୍ଗଡାମାଝି ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ। ବୈଠକକୁ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.