ଫସଲ ନଷ୍ଟ କଲେ ହାତୀପଲ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ପାଟଣାଗଡ଼ ବନାଞ୍ଚଳ ତଥା ଟିକ୍ରାପଡ଼ା ବନଖଣ୍ଡ ଅଧିନ କିରିବାଞ୍ଜି ସଂରକ୍ଷିତ ଜଙ୍ଗଲରେ ସପ୍ତାହେରୁ ଅଧିକ କାଳ ହେବ ୧୨ ଟିକିଆ ହାତୀପଲ ରହିଥିବା ବେଳେ ଜଙ୍ଗଲ ସଂଲଗ୍ନ ବିଭିନ୍ନ ଗାଁର ଲୋକେ ଭୀତତ୍ରସ୍ତ ଅବସ୍ଥାରେ ରହିଛନ୍ତି। ହାତୀପଲ ରାତିରେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ମଧ୍ୟରୁ ଆସି ଚାଷଜମିର ଫସଲ, ବିଲରେ କଟାଯାଇଥିବା ଧାନ, ଧାନଖରିର ଧାନ ଖାଇଯିବା ସହ କପା, ପନିପରିବା ଗଛ ଦଳିଚକଟି ନଷ୍ଟ କରୁଛନ୍ତି। ଗୁଦ୍ରାମୁଣ୍ଡା ଗ୍ରାମର ଗୋବିନ୍ଦ ଧରୁଆଙ୍କ ୪ ଏକର, ଦୟାନିଧି ଧରୁଆଙ୍କ ୨ ଏକର, ନଳିତା ଧରୁଆଙ୍କ ୨ ଏକର, ଭୁଜ ଧରୁଆଙ୍କ ୧ ଏକର ସମେତ ବୀର ଧରୁଆ, ଲୁଚନ ଧରୁଆଙ୍କ ଜମିର ଧାନ ନଷ୍ଟ କରିଛନ୍ତି। ଗୁଦ୍ରାମୁଣ୍ଡାର ଦ୍ୱାରୁ ଜାଲଙ୍କ ଘରକୁ ହାତୀପଲ ଭାଙ୍ଗିଦେଇଛନ୍ତି। ଏନେଇ ଟିକ୍ରାପଡ଼ା ବନପାଳ ଚିତ୍ତରଞ୍ଜନ ଖମାରୀଙ୍କୁ ପଚାରିବାରୁ ବନବିଭାଗ ତରଫରୁ ହାତୀଙ୍କ ଗତିବିଧି ଉପରେ ୨୪ ଘଣ୍ଟିଆ ଟ୍ରାକିଂ ବ୍ୟବସ୍ଥା ଚାଲୁରହିଛି। ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଷ୍ଟାଫ କାର୍ଯ୍ୟକ୍ଷେତ୍ରରେ ଜଗି ରହୁଛନ୍ତି। ହାତୀପଲର ଉପସ୍ଥିତି ନେଇ ଲୋକଙ୍କୁ ସଜାଗ କରାଯାଉଛି। କ୍ଷତିଗ୍ରସ୍ତ ଲୋକେ ଆବେଦନ କଲେ କ୍ଷତିପୂରଣ ପ୍ରଦାନର ବ୍ୟବସ୍ଥା ରହିଛି ବୋଲି ଲୋକଙ୍କୁ ସଚେତନ କରାଯାଉଥିବା ସେ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.