ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳା ନନ୍ଦ ବଗର୍ତି): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଗଣ୍ଡପତ୍ରାପାଳି ଗ୍ରାମରେ ଦୁଇଦିନ ଧରି ନାଗବାଚା ପୂଜା ଅନୁଷ୍ଠିତ ହୋଇଯାଇଛି। ପୂଜକ ଚତୁରଭୁଜ ରଣା, ମହେନ୍ଦ୍ର ରଣାଙ୍କ ତତ୍ବାବଧାନରେ ପ୍ରଥମେ ଦିନ ନଦୀରେ ନାଗବରଣ କରାଯାଇ ଓ ତାପରେ ମନ୍ଦିରରେ ପୂଜା ହୋଇ ସନ୍ଧ୍ୟା ସମୟରେ ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ଭିଡ଼ ଜମି ଥାଇ ନିଜ ନିଜ ମନସ୍କାମନା ପାଇଁ ସମସ୍ତ ଭକ୍ତ ଅଧିଆ ପଡିଥିଲେ। ଦ୍ବିତୀୟ ଦିନ ସକଳୁ ଗାଁର ଜଙ୍ଗଲକୁ ବିନୋ ପୂଜା ପାଇଁ ଗାଁର ସମସ୍ତ ଯାଇଥିଲେ। ପାଖରେ ଥିବା ଏକ ଜଙ୍ଗଲରେ ବଳି ପଡିଥାଏ ଓ ଗାଁ ଆଉ ଦୂରଦୁରାନ୍ତରୁ ଆସିଥିବା ସମସ୍ତ ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ।