ପ୍ରଗତି ମହାବିଦ୍ୟାଳୟରେ ବିଶାଳ ରକ୍ତଦାନ ଶିବିର ଆୟୋଜିତ, ସଂଗ୍ରହ ହେଲା ୧୧୭ ୟୁନିଟ ରକ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭବାନୀପାଟଣା ସହରସ୍ଥିତ ପ୍ରଗତି ଅନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡାଙ୍କ ଜନ୍ମଦିନ ଅବସରରେ ପ୍ରଗତି ମହାବିଦ୍ୟାଳୟରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଗତି ମହାବିଦ୍ୟାଳୟର ଏନସିସି, ଏନଏସଏସ, ରେଡ଼ ରିବନ କ୍ଲବ ଏବଂ ଯୁବ ରେଡକ୍ରସର ସ୍ବେଚ୍ଛାସେବୀମାନଙ୍କ ସହଯୋଗରେ ପ୍ରଗତି ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଅଭିଭାବିକା, ଛାତ୍ରଛାତ୍ରୀ ତଥା ଅଣଶୈକ୍ଷିକ କର୍ମଚାରୀ ପ୍ରମୁଖ ରକ୍ତଦାନ କରିଥିଲେ। ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଅଜୟ କୁମାର ପଣ୍ଡା ରକ୍ତଦାନ କରି ଏହି ଶିବିରର ଶୁଭାରମ୍ଭ କରିଥିଲେ।

Omkar Vasthu
Omkar Vasthu

ପରେ ପରେ ପ୍ରଗତି ପରିଚାଳନା ସଭାପତି ଶ୍ରୀ ଲକ୍ଷ୍ମୀକାନ୍ତ ବେହେରା, ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, ପ୍ରଗତି ମହାବିଦ୍ୟାଳୟର ଅଧ୍ୟକ୍ଷ ତାପସ ପରିମାଣିକ, ହାୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଶେଷଦେବ ମୁଣ୍ଡ, କଂସେପ୍ଟ ସ୍କୁଲ ଅଧ୍ୟକ୍ଷ ଚିନ୍ମୟ ଗୁରୁ, କଲିଜିଏଟ ସ୍କୁଲ ପ୍ରଧାନ ଶିକ୍ଷକ ଲୋକନାଥ ଖଡ଼ିକାର, ଜୁନିଅର ଉଇଂଗ୍ସ ଅଧ୍ୟକ୍ଷା ଆର୍ସିଆ ସାଏଲା, ପ୍ରାଇମ ଅଧ୍ୟକ୍ଷ ଆକାଶ କୁମାର ନନ୍ଦ ପ୍ରମୁଖ ରକ୍ତଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପରିଚାଳନା ସମିତିର ସଦସ୍ୟ ଶ୍ରୀ ଭବେନ୍ଦ୍ର କୁମାର ପଣ୍ଡା ଓ ଶ୍ରୀ ରଣଜିତ ସିଂହ ମଧ୍ୟ ଉପସ୍ଥିତ ଥିଲେ। କଳାହାଣ୍ଡି ସିଡିଏମଓ ଡ. ସୁଚିତା ପାଣିଙ୍କ ତତ୍ତ୍ୱାବଧାନରେ ଏହି ରକ୍ତଦାନ ଶିବିରରେ ସମୁଦାୟ ୧୧୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।

ଉକ୍ତ ରକ୍ତଦାନ ଶିବିରରେ କଳାହାଣ୍ଡି ସବ-କଲେକ୍ଟର ପ୍ରଭାତ କୁମାର ପରିଡା, ଭବାନୀପାଟଣା ବ୍ଲକ ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଇ, ବ୍ଲଡ ବ୍ୟାଙ୍କ ଅଫିସର ବିଭେନ୍ଦୁ ବଳ ପ୍ରମୁଖ ଅତିଥି ଭାବରେ ଯୋଗଦାନ ପୂର୍ବକ ଏହି ଶିବିରକୁ ଉଦଘାଟନ କରି ରକ୍ତଦାନ ମହତ ଦାନ ବୋଲି ମତପ୍ରକାଶ କରିବା ସହିତ ଆୟୋଜକମାନଙ୍କୁ ପ୍ରସଂଶା କରିଥିଲେ।
ପରିଶେଷରେ ବିଗତ ଦିନମାନଙ୍କ ଭଳି ପ୍ରଗତି ଶିକ୍ଷାନୁଷ୍ଠାନ ଆଗାମୀ ଦିନମାନଙ୍କରେ ମଧ୍ୟ ସାମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ ରଖିଥିବ ବୋଲି ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡା ମତ ପ୍ରକାଶ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.