ବେଦାନ୍ତ ଲାଞ୍ଜିଗଡ଼ ଶିଳ୍ପ ସହଯୋଗକୁ ବୃଦ୍ଧି କରିବା ଲାଗି ପଲିଟେକ୍‌ନିକ ଛାତ୍ରଛାତ୍ରିମାନଙ୍କ ଲାଗି ଶିଳ୍ପ ପରିଦର୍ଶନ ଆୟୋଜନ କରିଛି

ଛାତ୍ରଛାତ୍ରୀମାନଙ୍କୁ ବାସ୍ତବ ଦୁନିଆର ଶିଳ୍ପ ଅଭିଜ୍ଞତା ସହିତ ପରିଚିତ କରାଇବା ଏହାର ଲକ୍ଷ୍ୟ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ ଲିମିଟେଡ, ଲାଞ୍ଜିଗଡ଼, ଭାରତର ଅଗ୍ରଣୀ ସ୍ମେଲଟର ଗ୍ରେଡର ଆଲୁମିନିୟମ ନିର୍ମାତା ଓ ବେଦାନ୍ତ ଆଲୁମିନିୟମ ଏକ ୟୁନିଟ ଭବାନିପାଟଣାରେ ପଲିଟେକନିକ ସରକାରୀ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଲାଗି ଏକ ବ୍ୟାପକ ଶିଳ୍ପ ପରିଦର୍ଶନ ଆୟୋଜନ କରିଥିଲା । ଏହି ଗସ୍ତରେ ଲାଞ୍ଜିଗଡ଼ରେ ବେଦାନ୍ତର ବିଶ୍ଵ ସ୍ତରୀୟ ଆଲୁମିନା ରିଫାଇନାରୀର ଏକ ବିସ୍ତୃତ ପ୍ଲାଟ ପରିଦର୍ଶନ ଅନ୍ତର୍ଭୁକ୍ତ ଥିଲା, ଯାହା ଛାତ୍ରଛାତ୍ରିଙ୍କୁ ଆଲୁମିନା ଉତ୍ପାଦନ ପ୍ରକ୍ରିୟା ଓ ଶିଳ୍ପ ସଂସ୍ଥା ଉପରେ ଜ୍ଞାନ ପ୍ରଦାନ କରିଥିଲା। ଏହି ପଦକ୍ଷେପ ତାତ୍ଵିକ ଶିକ୍ଷା ଓ ବ୍ୟବହାରିକ କୌଶଳ ମଧ୍ୟରେ ଏକ ସେତୁ ଭାବରେ ଛାତ୍ରଛାତ୍ରିମାନଙ୍କୁ ଅତ୍ୟାଧୁନିକ ଉତ୍ପାଦନ କାର୍ଯ୍ୟ ଉପରେ ସୂଚନା ପ୍ରଦାନ କରିଥିଲା । ଏହି ଶିଳ୍ପ ପରିଦର୍ଶନ ବେଦାନ୍ତ ଲାଞ୍ଜିଗଡ଼ର ଓଡ଼ିଶାର ସୁଦୂର ଅଂଚଳରେ ଦକ୍ଷତା ବିକାଶ ଓ ଶିଳ୍ପ ଏକାଡେମୀ ସହଯୋଗକୁ ବଢାଇବା ଲାଗି ଏକ ପ୍ରୟାସର ଅଂଶ ଥିଲା । ବେଦାନ୍ତ ନିୟମିତ ଭାବରେ ଦକ୍ଷତା ଜ୍ଞାନ କୌଶଳ, ତାଲିମ, ଇଂଟର୍ନଶିପ ଓ କର୍ମଶାଳା ମାଧ୍ୟମରେ କର୍ମକ୍ଷେତ୍ରରେ ଉନ୍ନତି ଲାଗି ଆବଶ୍ୟକୀୟ ଜ୍ଞାନ କୌଶଳ ପ୍ରସାର କରିଥାଏ । ବୃତିଧାରୀଙ୍କୁ ତାଙ୍କ କର୍ମ ପଥରେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବା ଏହାର ଲକ୍ଷ୍ୟ । ଏହି ପଦକ୍ଷେପ ଉପରେ ମତ ଦେଇ ପ୍ରଣବ କୁମାର ଭଟାଚାର୍ଯ୍ୟ, ସିଇଓ-ଆଲୁମିନା ବିଜିନେସ, ବେଦାନ୍ତ ନିଃ କହିଛନ୍ତି ଯେ ବେଦାନ୍ତରେ ଆମର ଦୃଷ୍ଟିକୋଣ ହେଉଛି ଆଜିର ଯୁବକମାନଙ୍କୁ ସ୍ଥାୟୀ କ୍ୟାରିୟର ସୁଯୋଗ ପ୍ରଦାନ କରିବା । ଏଥିପାଇଁ ଜ୍ଞାନ କୌଶଳ ଓ ଏକ୍ସପୋଜର ସହ ସେମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ । ଏହି ଅଂଚଳର ଛାତ୍ରଛାତ୍ରମାନଙ୍କୁ ପ୍ରଥମେ ଶିଳ୍ପ ସହ ଜଡ଼ିତ ହେବାର ସୁଯୋଗ ପ୍ରଦାନ କରି ଆମେ ସେମାନଙ୍କ ଭବିଷ୍ୟତ ପାଇଁ ଏକ ଦୃଢ ମୂଳଦୁଆ ନିର୍ମାଣ କରିବାକୁ ଆଶା କରିଛୁ । ଶଶିକାନ୍ତ ବେହେରା ଅଧ୍ୟାପକ କହିଛନ୍ତି ଯେ ଏହି ପରିଦର୍ଶନ ଆମ ଛାତ୍ରଛାତ୍ରିମାନଙ୍କ ଲାଗି ଏକ ମୂଲ୍ୟବାନ ଶିକ୍ଷଣ ଅଭିଜ୍ଞତା ପ୍ରଦାନ କରିବ । ଏହା କେବଳ ସେମାନଙ୍କୁ ପ୍ରେରଣା ନୁହେଁ ବରଂ ସେମାନଙ୍କୁ ଶିଳ୍ପ ଓ ଆଗାମୀ ସମ୍ଭାବ୍ୟ କ୍ୟାରିୟର ଚୟନ ପାଇଁ ଉତମ ଜ୍ଞାନ ପ୍ରଦାନ କରିବ । ସେମାନଙ୍କୁ ନିଜ କ୍ୟାରିୟର ମାର୍ଗ ବାଛିବାରେ ଏହି ପ୍ରଦର୍ଶନ ସହାୟକ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.