ବରିଷ୍ଠ ନାଗରିକ ମଞ୍ଚ ଭବାନୀପାଟଣା ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହିରଣ୍ୟ ବେହେରା): ବରିଷ୍ଠ ନାଗରିକ ମଞ୍ଚ ଭବାନୀପାଟଣା ପକ୍ଷରୁ ଯୁଗସାଇ ପାଟଣା ପଞ୍ଚାୟତ ଅଧିନସ୍ଥ ଗ୍ରାମ ଗୁଡିକରେ ଥିବା ବୃଦ୍ଧ ବୃଦ୍ଧା ଓ ଦିବ୍ୟାଙ୍ଗ ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି। ଚାକିରୀ ଜୀବନରୁ ଅବସର ନେବା ପରେ ଏହି ବରିଷ୍ଠ ବ୍ୟକ୍ତିମାନେ ମାନବ ସେବାକୁ ମାଧବ ସେବାରେ ବ୍ରତୀ ହୋଇ ଅସହାୟ ଗରୀବ, ବୃଦ୍ଧ ବୃଦ୍ଧା ଦିବ୍ୟାଙ୍ଗଙ୍କୁ ସେବା ଯୋଗେଇ ଆସି ବିଭିନ୍ନ ସମୟରେ ଜଳଛତ୍ର, ତରଭୁଜ ବଣ୍ଟନ, ଛତା ବଣ୍ଟନ, ସ୍ୱାସ୍ଥ୍ୟ ଶିବିର, ଯୋଗ ଶିବିର ଭଳି ମହତ କାର୍ଯ୍ୟକ୍ରମ କରି ଆସୁଛନ୍ତି। ଏହି କ୍ରମରେ ମଙ୍ଗଳବାର ଯୁଗସାଇପାଟଣା ଅଞ୍ଚଳର ପନ୍ଦର ଗୋଟି ଗ୍ରାମର ପ୍ରାୟ ୨୫୦ ଗୋଟି ବୃଦ୍ଧ ବୃଦ୍ଧା, ଦିବ୍ୟାଙ୍ଗ, ନିରୀହ ଅସହାୟଙ୍କୁ ଶୀତ ବସ୍ତ୍ର ବଣ୍ଟନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ବିତରଣ ଉତ୍ସବରେ ମଳୟ କୁମାର ମୁଣ୍ଡ, ଭାରତ ଭୂଷଣ ଚଳାନ, ସୁରେଶଚନ୍ଦ୍ର ପଟ୍ଟନାୟକ, ସୁଧାଂଶୁ ଶେଖର ନେଗୀ, ପ୍ରକାଶଚନ୍ଦ୍ର ପ୍ରଧାନ, ଭବାନୀ ଶଙ୍କର ପଣ୍ଡା, ଇକବାଳ ସିଙ୍ଗ, ବନମାଳୀ ମୁଣ୍ଡ, ଗଙ୍ଗାରାମ ବାଗ, ଧନୁର୍ଯ୍ୟ ନାୟକ, ମଧୁସୂଦନ ସାହୁ, ହରିଶ୍ଚନ୍ଦ୍ର ବେହେରା, ସବିତା ପଟ୍ଟନାୟକ, ବିଜୟ ଲକ୍ଷ୍ମୀ ବେହେରା, ସୁଧାଂଶୁବାଳା ଦେବୀ, ସବିତା ଦାସ, ଆନନ୍ଦିନୀ ପାତ୍ର, ସରସ୍ବତୀ ହୋତା, କଳ୍ପନା ରଥ, ସୁଭାଷିନୀ ବାବୁ, ଅଲ୍ହାଦିନି ମୁଣ୍ଡ, ସଂଘମିତ୍ରା କାନୁନଗୋ ପ୍ରମୁଖ ଉପସ୍ଥିତ ରହି ଶୀତବସ୍ତ୍ର ବଣ୍ଟନ କରି ଅସହାୟଙ୍କ ମୁହଁରେ ହସ ଫୁଟାଇ ନିଜକୁ କୃତଜ୍ଞତା ମନେ କରି ଆଗକୁ ମଧ୍ୟ ସମାଜ ସେବା ଜାରି ରହିବ ବୋଲି ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.