ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜାତୀୟ ଯୁବ ମହୋତ୍ସବ ୨୦୨୫ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ସୋନପୁର ଡ଼ଃ ସୌମ୍ୟାରୂପା ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିବିଧତା ସହ ଏକତାକୁ ବାନ୍ଧି ରଖିବା ଯୁବ ମହୋତ୍ସବର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ନେହେରୁ ଯୁବ କେନ୍ଦ୍ର ସୁବର୍ଣ୍ଣପୁର ପ୍ରତିନିଧି କୃପା ସିନ୍ଧୁ ସା ଯୋଗଦେଇ ଏହା ମାଧ୍ୟମରେ ଯୁବକଯୁବତୀମାନଙ୍କର ପ୍ରତିଭାର ବିକଶିତ ହୋଇପାରିବ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୬ଟି ବ୍ଲକର ୭୫ଜଣ ପ୍ରତିଯୋଗୀ ଯୋଗ ଦେଇ ଦଳଗତ ଗତ ଲୋକନୃତ୍ୟ, ଲୋକ ସଙ୍ଗୀତ, ଏକକ ଲୋକନୃତ୍ୟ, ଲୋକ ସଙ୍ଗୀତ, ପଦ୍ୟ, ଗଳ୍ପଲିଖନ, ଚିତ୍ରକଳା ଏବଂ ଔପଚାରିକ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇଥିଲେ। ୧୫ବର୍ଷରୁ ଅଧିକ ୨୯ବର୍ଷରୁ କମ୍ ଯୁବ ପ୍ରତିଯୋଗୀ ମାନେ ଭାଗ ନେଇଥିବା ବେଳେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏକକ ଲୋକ ନୃତ୍ୟରେ ନିରୁପମା ମାଝୀ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ଦଳଗତ ଲୋକ ସଙ୍ଗୀତରେ ସରକାରୀ ପୋଲିଟେକନିକ ସୁବର୍ଣ୍ଣପୁର ୧ମ, ରୁମକୁ ଝୁମାନା ୨ୟ ସ୍ଥାନ ଅଧିକାର କରିଥିଲେ। ଲୋକ ସଙ୍ଗୀତ ଏକକ ପ୍ରତିଯୋଗିତାରେ ଶ୍ରୀୟା ଦାସ ୧ମ, ଶ୍ରୀୟା ସା ୨ୟ ଓ ଯୁକ୍ତାମୟୀ ଭୁଏ ୩ୟ ସ୍ଥାନ ଅଧିକାର କରିଥିଲେ। କବିତା ରଚନାରେ ଉତ୍କଳିକା ମିଶ୍ର ୧ମ, ଋତୁରାଜ ପଧାନ ୨ୟ ସ୍ଥାନ ଅଧିକାର କରିଥିଲେ। ଗଳ୍ପ ଲିଖନ ହିନ୍ଦୀ ପ୍ରତିଯୋଗିତାରେ ମିତ୍ରଭାନୁ ପଧାନ ପ୍ରଥମ, କିଶୋର ଚନ୍ଦ୍ର ନାଏକ ଦ୍ଵିତୀୟ, ରିଶଭ ଗୁପ୍ତା ତୃତୀୟ ଏବଂ ଗଳ୍ପ ଲିଖନ ଇଂରାଜୀ ପ୍ରତିଯୋଗିତାରେ ପ୍ରଭାଶିଷ ପଧାନ ପ୍ରଥମ, ବିଦ୍ୟାଜ୍ୟୋତି କର୍ଣ୍ଣ ଦ୍ଵିତୀୟ, ଚିତ୍ରକଳାରେ ଶୁଭମ ସାହୁ ପ୍ରଥମ, ଉଗ୍ରେସନ ରଣା ଦ୍ଵିତୀୟ ଓ ମୌସମ କୁମାର ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଡିକ୍ଲାମେସନ ଇଂରାଜୀ ରେ ସାଂକେତିକ ପଣ୍ଡା ପ୍ରଥମ ଓ ସୃଷ୍ଟି ମିଶ୍ର ଦ୍ଵିତୀୟ ସେହିପରି ହିନ୍ଦୀ ଡିକ୍ଲାମେସନ ପ୍ରତିଯୋଗିତାରେ ସତ୍ୟ ନାରାୟଣ ଭୋଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଜିଲ୍ଲାସ୍ତରୀୟ ବିଜେତା ମାନେ ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ଭାଗ ନେବେ ବୋଲି ଜଣାପଡିଛି। ବିଭିନ୍ନ ପ୍ରତିଯୋଗିତାରେ ଅମ୍ବୁଜ ବିହାରୀ ଶତପଥି, ଶାଶ୍ୱତ କୁମାର ତ୍ରିପାଠୀ, ପୂର୍ଣଚନ୍ଦ୍ର ପାଢ଼ୀ, ପ୍ରଦ୍ୟୁମ୍ନ ସାହୁ, କୃଷ୍ଣ ଚନ୍ଦ୍ର ସେନ୍ଦେରିଆ, ବାସୁଦେବ ନାଏକ, ଚୌଧୁରୀ ବିଭାର, କୃଷ୍ଣ ଚନ୍ଦ୍ର ପଣ୍ଡା, ହେମନ୍ତ ଦାସ, ଲକ୍ଷ୍ମୀ ନାରାୟଣ ସାହୁ, ଚନ୍ଦ୍ର ଶେଖର ମହାପାତ୍ର, ପ୍ରଜ୍ଞା ପରମିତା ମିଶ୍ର, ପୁରୁଷୋତ୍ତମ ସାହୁ, ଜିତେନ୍ଦ୍ର ପରଡିଆ, ଦୁର୍ୟୋଧନ ମେହେର, ଶ୍ୟାମ ସୁନ୍ଦର ମେହେର ଓ ସୁରେନ୍ଦ୍ର ମେହେର ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.