ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ; ବଲାଙ୍ଗୀରକୁ ହରାଇ କେସିଙ୍ଗା ବିଜୟୀ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ କ୍ରିକେଟ ଟୁର୍ନାମେଣ୍ଟ ରେ କେସିଙ୍ଗା ଟସ ଜିତି ବେଟିଙ୍ଗ ନିଷ୍ପତି ନେଇ ଥିଲେ । କେସିଙ୍ଗା ବେଟିଙ୍ଗ କରି ୨୮ ଓଭର ୫ ବଲ ରେ ୧୪୪ ରନ ସଂଗ୍ରହ କରିଥିଲେ । ଜବାବ ରେ ବଲାଙ୍ଗୀର ୨୫ ଓଭର ୧ ବଲ ରେ ସମସ୍ତ ଉଇକେଟ ହରାଇ ମାତ୍ର ୧୧୭ ରନ କରି ପରାଜୟ ହୋଇ ଥିଲେ । ମେନ ଅଫ ଦି ମ୍ୟାଚ କେସିଙ୍ଗାର ସୂର୍ଯ୍ୟକାନ୍ତ ଭୁତିଆ ପାଇ ଥିଲେ । ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଅଶୋକ ପଟ୍ଟନାୟକ,ମୁଖ୍ୟ କର୍ତବ୍ୟ ଅନୁଷ୍ଠାନ, ସାମ୍ବାଦିକ ସଙ୍ଘ ସଭାପତି ଖଗେଶ୍ୱର ଧଙ୍ଗଗଡ଼ାମାଝୀ, ସାମ୍ବାଦିକ ବ୍ୟମୋକେଶ ପୁରୋହିତ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ସମାଜସେବୀ ଅମିତ ପାଣିଗ୍ରାହୀ,ରମଣୀ ପଣ୍ଡା ଯୋଗ ଦେଇ ଥିଲେ । ବିପ୍ଳବ ସିଂ ଓ ତେଜନ ଦୁର୍ଗା ଖେଳ ପରିଚାଳନା କରିଥିବା ବେଳେ ଧାରା ବିବରଣି ନୀତିଶ ମହାପାତ୍ର, ବିଶ୍ୱ ସାହୁ, ସୁଖବିନ୍ଦର ସିଂ ଓ ସନ୍ତୋଷ ପୃଷ୍ଟି କରିଥିଲେ । ମୁକେଶ ପୋଡ଼ ସ୍କୋରର ଦାୟିତ୍ୱ ନେଇଥିଲେ ହାସୀମ ଖାନ ଅନଲାଇନ ସ୍କୋର ଦାଇତ୍ୱ ନେଇଥିଲେ । ୟୂ ଟ୍ୟୁବ ଲାଇଭ ରୀତିକ ଓ ସୁଜଳ କରିଥିଲେ । ଆଜିର ଖେଳ ରେ କ୍ଲବ ସଭାପତି ହିମାଂଶୁ ଶେଖର ବରାଡ଼,ଉପ ସଭାପତି ସରୋଜ କୁମାର ପଣ୍ଡା, ପଙ୍ଗୁଲା ମହାନ୍ତି, ସୁଧାଂଶୁ ବରାଡ଼, ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ, ଅର୍ଗାନାଇଜ ସମ୍ପାଦକ ମାନସ ସାହୁ, ସହ ସମ୍ପାଦକ କଂନେଇ ରାଉଳ, ସୁଶୀଲ ଠାକୁର, କୋଷାଧକ୍ଷ ଦିଲୀପ ପଣ୍ଡା, ସୁଜିତ ପଣ୍ଡା, ସରପଞ୍ଚ ଦିବ୍ୟ ଦୀପ, ଦୀପକ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଆସନ୍ତା ୧୯ ତାରିକ ଜୁନାଗଡ଼ ସହ ବଲାଙ୍ଗୀର ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କ୍ଲବ ତରଫରୁ ସୂଚନା ଦିଆ ଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.