ଭଟାଙ୍ଗପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଭଟାଙ୍ଗପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି। ଉତ୍ସବ ଦୁଇ ଦିନ ଧରି ଚାଲିବ ଏଥିରେ ୧୪ ଟି ପ୍ରକାରର ଖେଳ ସାମିଲ କରାଯାଇଛି। ଏନେଇ ଆୟୋଜିତ ବୈଠକରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଲିଲିମା ମଞ୍ଜରୀ ସୁନାନି ସଭାପତିତ୍ବ କରିଥିଲେ।

Omkar Vasthu
Omkar Vasthu

ଏଥିରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହରି ମାଝୀ, ସମ୍ମାନୀତ ଅତିଥି ଭାବରେ ସମିତି ସଭ୍ୟ ରୂପେନ୍ ଛତ୍ରିଆ, ବିଜୟ ମାଝୀ, ବିଷ୍ଣୁଚରଣ ଦୂର୍ଗା, ଜ୍ୟୋତ୍ସ୍ନାରାଣୀ ମିଶ୍ର, ନିବେଦିତା ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ।କ୍ରୀଡ଼ା ଉଭୟ ମାନସିକ ଓ ଶାରୀରିକ ବିକାଶ କରିଥାଏ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ତିଳୋତ୍ତମା ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଆଲିତନୟା ରାଉତ ଓ ମିନତି ଗୋସ୍ୱାମୀ ମଞ୍ଚ ପୂଜାର୍ଚ୍ଚନାରେ ସାହାଯ୍ୟ କରିଥିଲେ। କଳ୍ପନା ସୁନାନି ଧନ୍ୟବାଦ ଅର୍ପଣ କରିଥିଲେ।

କ୍ରୀଡ଼ା ଶିକ୍ଷକ ନୀଳାଞ୍ଚଳ ଭଏଁସାଲ, ଦୁର୍ବାଦଳ ପଟେଲ, ହୃଦାନନ୍ଦ ବାଗ, ରାମଜୀ ବିହାର, ରଶ୍ମିରେଖା ମେହେର, ମଞ୍ଜୁ କୁମାରୀ ସାହୁ ଓ ପୁରାତନ ଛାତ୍ର ସଂସଦ ଖେଳ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.