ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବିଜମରା ମିନି ଷ୍ଟାଡିୟମ୍ ଠାରେ ଧନୁଯାତ୍ରା ମହୋତ୍ସବ ୨୦୨୪ ର ଶୁଭ ଖମ୍ବ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ କର୍ତ୍ତା ଭାବରେ ଉପେନ୍ଦ୍ର ମାଝୀ ଏବଂ ତାଙ୍କର ଧର୍ମପତ୍ନୀ କବିତା ମାଝୀ ଶୁଭ ଖମ୍ବ ଦେବା ସହିତ ସଂକଳ୍ପ ନେଇଥିଲେ। ବିଜମରା ସ୍ବାମୀ ବିବେକାନନ୍ଦ ଯୁବ ପରିଷଦ ଆନୁକୁଲ୍ୟରେ ଏହି ଧନୁଯାତ୍ରା ମହୋତ୍ସବ ଆୟୋଜିତ ହେବାକୁ ଯାଉଛି। ଶୁଭ ଖମ୍ବ ସ୍ଥାପନ କାର୍ଯ୍ୟକ୍ରମରେ ନୟନ ପଣ୍ଡା, ଲୋକେଶ ନାଏକ, ପରିଷଦର ସଭାପତି ପ୍ରଦ୍ୟୁମ୍ନ ମାହାନ୍ତି, ସମ୍ପାଦକ କ୍ଷେତ୍ରମୋହନ ନାଏକ, ସୁଶାନ୍ତ ମାଝୀ, ମାନସ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।