ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭବାନୀପାଟଣା ପକ୍ଷରୁ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ, ଇନ୍ଦ୍ରାବତୀ ଛାତ୍ରୀ ନିବାସରେ ଥୁଆମୂଳ ରାମପୁରର ଯୁକ୍ତ ଦୁଇ ବର୍ଷ ଛାତ୍ରୀ ତୋଫଳି ନାଏକଙ୍କ ଆତ୍ମହତ୍ୟା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅଭାବନୀୟ ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହିତେଶ ସାହୁ, ନିଖିଳ ଗୌଡ଼, ଆୟୁଷ ମହାନ୍ତି, ସୁଦର୍ଶନ ପାଢ଼ୀ, ସତ୍ୟ ସ୍ବାଇଁ, ଆୟୁଷ ବେହେରା ଓ ପ୍ରେମ କୁମାରଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଓ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।