ତୁଳାପଡ଼ାରେ ପୁଣି ଏକ ସଡ଼କ ଦୁର୍ଘଟଣା; ବାଇକ ଚାଳକ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମୁଖ୍ୟ ରାଜରାସ୍ତାକୁ ଉପରେ ରହିଥିବା ତୁଳାପଡ଼ାର ପ୍ରବେଶ ଦ୍ଵାର ବୁଲାଣିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଏହାକୁ ଦୁର୍ଘଟଣାର ହବ ବୋଲି ମଧ୍ଯ ସ୍ଥାନୀୟ ଲୋକେ କହୁଛନ୍ତି। ଆଜି ସକାଳେ ଏହି ବୁଲାଣିରେ ଏକ ବାଇକ ଦୁର୍ଘଟଣା ଘଟିଛି। ଏଥିରେ ଚାଳକ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଲାଞ୍ଜିଗଡ଼ ବେଦାନ୍ତରେ କମ୍ପାନୀରେ କାମ କରୁଥିବା ଯୁବକ ଅନୀଲ କୁମାର ବନଛୋର(୨୯) ସକାଳ ୮ ଘଣ୍ଟା ସମୟରେ ନିଜ ହୋଣ୍ଡା ବାଇକ ଯୋଗେ ନିଜ ଘର ସୋନପୁର ଜିଲ୍ଲା ଡୁଙ୍ଗୁରିପାଲିକୁ ଯାଉଥିଲେ। ତରବରିଆ ଭାବରେ କ୍ଷୀପ୍ର ଗତିରେ ବାଇକ ଚଲାଇ ଯାଉଥିବା ବେଳେ ତୁଳାପଡ଼ା ବୁଲାଣିରେ ଭାରସାମ୍ୟ ରାସ୍ତା ପାର୍ଶ୍ବସ୍ଥ ପୋଲରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ଏଥିରେ ତାଙ୍କର ବାମଗୋଡ ନଳିହାଡ ଭାଙ୍ଗି ଯାଇଥିବା ବେଳେ ଦେହରେ ମଧ୍ଯ ଆଘାତ ଲାଗି ଗୁରୁତର ହେଇଛନ୍ତି। ତାଙ୍କୁ ସ୍ଥାନୀୟ ଯୁବକ ମାନେ ଆମ୍ବୁଲାନ୍ସ ଯୋଗେ ନର୍ଲା ଡାକ୍ତରଖାନା କୁ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ପ୍ରେରଣ କରିଥିଲେ। ଦୁର୍ଘଟଣାର ହବ ପାଲଟିଥିବା ତୁଳାପଡ଼ା ଆରମ୍ଭ ରାସ୍ତାର ଏହି ବୁଲାଣିରେ ପ୍ରଶାସନ ତରଫରୁ ଦୁଇପଟେ ବଡ଼ ସ୍ପିଡ ବ୍ରେକର କିମ୍ବା ସ୍ପିଡ କଣ୍ଟ୍ରୋଲ କ୍ୟାମେରା ଲଗେଇବା ପାଇଁ ସାଧାରଣରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.