ବ୍ଲକ ସ୍ତରୀୟ ବର୍ଣ୍ଣାଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଭବାନୀପାଟଣା ବ୍ଳକ ଅନ୍ତର୍ଗତ ସହର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ସମଗ୍ର ଶିକ୍ଷା କଳାହାଣ୍ଡି ତଥା ଗୋଷ୍ଠି ଶିକ୍ଷା ଅଧିକାରୀ, ଭବାନୀପାଟଣାଙ୍କ ପକ୍ଷରୁ ତ୍ରିଦିବସୀୟ ବ୍ଲକ୍ ସ୍ତରୀୟ କ୍ୟାସ୍ କେଡ ଟ୍ରେନିଂ ବର୍ଣ୍ଣାଳୀ ଯହାକି ସାମାଜିକ ଲିଙ୍ଗ ଭିତ୍ତିକ ସମତା ଓ ପାଠ୍ୟକ୍ରମରେ ସଂଯୋଗୀକରଣକୁ ଆଧାରରେ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶ୍ରେଣୀଗୃହ ବା ବାହାରେ ଲିଙ୍ଗଗତ ଭେଦଭାବ ନ ରଖି ସମସ୍ତେ ସବୁ କାମ କରିପାରିବା ଭିତ୍ତିରେ ଶ୍ରେଣୀ ପରିଚାଳନା କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରୁ ମୋଟ ୪୦ ଜଣ ଶିକ୍ଷୟିତ୍ରୀଶିକ୍ଷକ ଯୋଗ ଦେଇଥିବାବେଳେ ଚାରିଜଣ ସାଧନ କର୍ମୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଶଗଡାର ଶିକ୍ଷକ ଯୁଧିଷ୍ଠିର ମୁଦୁଲି, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୀତାଞ୍ଜଳି ସିଂଦେଓ, ନୂଆପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜୟ କୁମାର ସାହୁ, ଡି.ବି. ଏଚ୍.ଏସ. ଏସ୍ ରୁ ବଳରାମ ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଶେଷ ଦିବସରେ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଜୟ କୁମାର ମାଝୀ, ଜଗଦୀଶ ମୁଣ୍ଡ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ମିଶ୍ର,ସି.ଆର୍.ସି.ସି ପ୍ରଫୁଲ୍ଲ ଠାକୁର ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.