ଚାନ୍ଦିପୁର ରେଞ୍ଜ ସ୍କୁଲରେ ଆୟୋଜିତ ହେଲା ଇଣ୍ଟର-ସ୍କୁଲ ବିଜ୍ଞାନ ପ୍ରଦର୍ଶନୀ ମେଳା

ପିଲାମାନଙ୍କୁ ଗବେଷଣାତ୍ମକ ମନୋଭାବ ରଖିବାକୁ ପିଏକ୍ସଇ ଡାଇରେକ୍ଟର ଦେଲେ ଆହ୍ବାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଚାନ୍ଦିପୁରସ୍ଥିତ ରେଞ୍ଜ ସ୍କୁଲ ପରିସରରେ ଇଣ୍ଟର-ସ୍କୁଲ ବିଜ୍ଞାନ ପ୍ରଦର୍ଶନୀ ମେଳା ଗୁରୁବାର ଦିନ ଆୟୋଜିତ ହୋଇଯାଇଛି । ପିଏକ୍ସଇର ଡାଇରେକ୍ଟର ବୈଜ୍ଞାନିକ ସୁବୋଧ କୁମାର ନାୟକ ଆନୁଷ୍ଠାନିକ ଭାବେ ଏହି ବିଜ୍ଞାନ ପ୍ରଦର୍ଶନୀ ମେଳାକୁ ଉଦଘାଟନ କରିଥିଲେ । ସ୍କୁଲର ପ୍ରିନ୍ସିପାଲ ଡ. ପ୍ରମୋଦ କୁମାର ସା ଅତିଥିମାନଙ୍କୁ ମଞ୍ଚକୁ ଆହ୍ବାନ କରିବା ସହ ଶିକ୍ଷକ ଡ. ପ୍ରତାପ କେଶୋରୀ ହୋତା ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

ଡାଇରେକ୍ଟର ତାଙ୍କ ସମ୍ୟକ୍ ଅଭିଭାଷଣରେ କହିଥିଲେ ଯେ, ଲାଲବାହାଦୁର ଶାସ୍ତ୍ରୀଙ୍କର ଉକ୍ତି ‘ଜୟ ଜବାନ’, ‘ଜୟ କିଷାନ’, ‘ଜୟ ବିଜ୍ଞାନ’ ସହ ‘ଜୟ ଅନୁସନ୍ଧାନ’ ର ସମୟ ଆସିଛି ଏବଂ ପିଲାମାନେ ଯଦି ଏବେଠାରୁ ବିଜ୍ଞାନ, ଗବେଷଣା ଏବଂ ଅନୁସନ୍ଧାନ ପ୍ରତି ତାଙ୍କର ମନଭାବକୁ ଦୃଢ଼ କରନ୍ତି ଏବଂ ଗବେଷଣାତ୍ମକ ମନଭାବ ରଖନ୍ତି ତାହେଲେ ଆମ ଦେଶ ଆଗାମୀ ଭବିଷତ୍ୟରେ ଏକ ଉଦ୍ଭାବନକାରୀ ଦେଶ ଭାବେ ପରିଗଣିତ ହୋଇପାରିବ । ଆଜିର ଏହି କାର୍ଯ୍ୟକ୍ରମରେ ରେଞ୍ଜ ସ୍କୁଲ ବ୍ୟତୀତ ରେଜିମେଣ୍ଟାଲ ନର୍ସରୀ ସ୍କୁଲ ଏବଂ ଚାନ୍ଦିପୁର ହାଇସ୍କୁଲର ସମୁଦାୟ ୮୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସିନିୟର ଓ ଜୁନିୟର ବିଭାଗର ତିନୋଟି ଗ୍ରୁପର ସମୁଦାୟ ୧୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜର ପ୍ରକଳ୍ପକୁ ପ୍ରଦର୍ଶନୀ କରିଥିଲେ । ପିଏକ୍ସଇର ଡାଇରେକ୍ଟର ବୈଜ୍ଞାନିକ ସୁବୋଧ କୁମାର ନାୟାକ, ସ୍କୁଲର ପ୍ରିନ୍ସିପାଲ ଡ. ପ୍ରମୋଦ କୁମାର ସା ଏବଂ ବୈଜ୍ଞାନିକ ତଥା ସ୍କୁଲର ସେକ୍ରେଟାରୀ ରତ୍ନାକର ସାଠୁଆ ମହାପାତ୍ର ସମସ୍ତ ପ୍ରକଳ୍ପଗୁଡ଼ିକୁ ପ୍ରଦର୍ଶନ କରିବା ସହ ପିଲାମାନଙ୍କ ସହ ବାର୍ତ୍ତାଳାପ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ଆଗାମୀ ଭବିଷ୍ୟତରେ ଏକ ବୈଜ୍ଞାନିକ ହୋଇ ସମାଜର କଲ୍ୟାଣ ଦିଗରେ କାମ କରିବା ପାଇଁ ସେମାନଙ୍କୁ ପ୍ରେରିତ କରିଥିଲେ । ଏହି ପରିପ୍ରେକ୍ଷୀରେ ଡିଆରଡିଓର ମାନ୍ୟଗଣ୍ୟ ବୈଜ୍ଞାନିକ ଏବଂ ବିଚାରକମଣ୍ଡଳୀମାନେ ମଧ୍ୟ ସମସ୍ତ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହ ପିଲାମାନଙ୍କ ସହ ପ୍ରକଳ୍ପଗୁଡ଼ିକ ବିଷୟରେ ପଚାରି ତା’ର ବିସ୍ତୃତ ବିବରଣୀ ନେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିଏକ୍ସଇ ବୈଜ୍ଞାନିକ ତଥା ରେଞ୍ଜ ସ୍କୁଲର ସେକ୍ରେଟାରୀ ରତ୍ନାକର ସାଠୁଆ ମହାପାତ୍ର, ଆଇ.ଟି.ଆରର ରଞ୍ଜନ କୁମାର ବାରିକ, ପିଏକ୍ସଇର ମହେଶ୍ବର ଜେନା, ରେଜିମେଣ୍ଟାଲ ନର୍ସରୀ ସ୍କୁଲର ପ୍ରିନ୍ସିପାଲ ସୁମନ ଭିଜ୍, ସୁଧାଂଶୁ ଶେଖର ପଣ୍ଡା ତଥା ବୈଜ୍ଞାନିକ ବାପୁଜୀ ଖଟୁଆ, ତନ୍ମୟ ମହାନ୍ତି ଓ ସୁଦେଷ୍ଣା ମହାପାତ୍ର ପ୍ରମୁଖ ବିଚାରକ ଭାବେ ଉପସ୍ଥିତ ରହି ପିଲାମାନଙ୍କ ବିଭିନ୍ନ ପ୍ରକଳ୍ପକୁ ନିରୀକ୍ଷଣ କରିଥିଲେ । ଆଜିର ଏହି କାର୍ଯକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରିନ୍ସିପାଲ ଡ. ପ୍ରମୋଦ କୁମାର ସା, ଜୟମାଲା ଘୋଷ, ନିତ୍ୟ ନିରଞ୍ଜନ ରାଉତରାୟ, ପ୍ରତାପ କେଶରୀ ହୋତା, ନୟାପତି ଇନ୍ଦିରା, ସନ୍ଧ୍ୟାରାଣୀ ମହାପାତ୍ର, ସନ୍ଧ୍ୟା ମହାପାତ୍ର, ସୁବାଶିଷ ରାଉତ, ନିତ୍ୟ ନିରଞ୍ଜନ ରାଉତରାୟ, ସନ୍ଧ୍ୟା ମହାପାତ୍ର, ଗୀତିକୃଷ୍ଣ ଦାସ, ଆକାଙ୍ଖ୍ୟା ଶିବାନୀ ରାଉତ, ରଶ୍ମିରେଖା ସିଂହା, ମୋନାଲିସା ଖୁଣ୍ଟିଆ, ଶୁଭାକର ମହନ୍ତା, ଲକ୍ଷ୍ମୀପ୍ରିୟା ରାଉତ, ପୂର୍ଣ୍ଣେନ୍ଦୁ ପ୍ରକାଶ ପତି, ରବିନ୍ଦ୍ର କୁମାର ପାଣିଗ୍ରାହୀ, ରାଧାକାନ୍ତ ଲେଙ୍କା, ପ୍ରଭାତ କୁମାର, ସୁକୁମାର ମଣ୍ଡଳ, ତୁଫାନ ସାହୁ ଓ ବିକାଶ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.