ଉଦଯାପିତ ହେଲା ରାକ୍ସି ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ-୨୦୨୪

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଉନ୍ନିତ ଉଚ୍ଚ ବିଦ୍ୟାଳୟ ରାକ୍ସିରେ ଚାଲିଥିବା  ବାର୍ଷିକ କ୍ରିଡ଼ା  ଉତ୍ସବ-୨୦୨୪ ସଫଳତାର ସହ ସଂପନ୍ନ ହୋଇଛି। ବିଦ୍ୟାଳୟରେ ପ୍ରଧାନଶିକ୍ଷକ ସତ୍ୟ ରଞ୍ଜନ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସମାରୋହରେ ଅତିଥି ଭାବେ ସରିଆଁ ହାଇସ୍କୁଲର ପ୍ରଧାନଶିକ୍ଷକ ସାଧୁରାମ ଭୋଇ, ରାକ୍ସି ସରପଞ୍ଚ ଯେମନ୍ତ ପୋଢ, ସମିତି ସଭ୍ୟ ଚୁମନ ଭୋଇ, ବଲବସପୁର ସିଆରସିସି ଜଗଦୀଶ ଚନ୍ଦ୍ର ସାହୁ, ବିଦ୍ୟାଳୟ ପରିଚାଳନା ସମିତିର ଉପାଧ୍ୟକ୍ଷା ଯମୁନା ଥାପା, କଳାକାର ଲଲିତ ମାଝୀ, ସମାଜସେବୀ ଲମ୍ବୋଦର ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ। ଗୋକୁଳଚନ୍ଦ୍ର ନାଏକ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ପ୍ରେମାନନ୍ଦ ସେନାପତି, ଅଶୋକ କୁମାର ଧଙ୍ଗଡାମାଝୀ, ରଜନୀକାନ୍ତ ବିଶ୍ବାଳ, ହୃଦାନନ୍ଦ ଶବର, ଅଙ୍କିତ ଘିଭେଲା, ଶିକ୍ଷୟତ୍ରୀ କଲ୍ୟାଣୀ ଷଡ଼ଙ୍ଗୀ, ରଶ୍ମୀତା ତ୍ରିପାଠୀ, ସ୍ବପ୍ନା ନାଏକ, ରିନା ପରିଡା, ଦିପାନ୍ବିତା ଭୋଇ, ସସ୍ମିତା ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ କରିଥିଲେ। ଏହି କ୍ରୀଡ଼ା ପ୍ରତିଯୋଗିତାକୁ ବିଦ୍ୟାଳୟର କ୍ରିଡ଼ା ଶିକ୍ଷକ ଶଙ୍କର୍ଷଣ ଗୈାଡ ପରିଚାଳନା କରିଥିବାବେଳେ ଶିକ୍ଷକ ହୃଦାନନ୍ଦ ଶବର ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.