ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଇନ୍ଦ୍ରାବତୀ ହଷ୍ଟେଲ ଠାରେ ଯୁକ୍ତ ୨ ପ୍ରଥମ ବର୍ଷ ବାଣିଜ୍ୟ ବିଭାଗର ଛାତ୍ରୀ ତୋଫାଳି ନାଏକଙ୍କ ଅକାଳ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି। ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ କମିଟିର ସଦସ୍ୟ ମାନେ ଆଜି ବିଶ୍ବବିଦ୍ୟାଳୟ ଫାଟକ ସମ୍ମୁଖରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ଇରିଗେସନ ଛକ ପର୍ଯ୍ୟନ୍ତ ଯାଇ ମୃତ ଛାତ୍ରୀ ତୋଫାଳିଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି ଦେବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଛାତ୍ର ନେତା ଭୋଳା ନାଥ ନାଗଙ୍କ ନେତୃତ୍ଵରେ ଆଶୁତୋଷ ପୁଝାରୀ, ବୋଧିସତ୍ତ୍ବ ସୁନା, ମୋହିତ ପରିଡ଼ା, ଥବୀର ଚନ୍ଦ୍ର ରଣା, ଉମାକାନ୍ତ ନିଆଲ, ଅଭୟ ସାହୁ, ବସନ୍ତ କୁମ୍ଭାର, ସୋମ୍ୟରଞ୍ଜନ ନାଏକ, ସୁଧାନ୍ସୁ ଶେଖର ସାହୁ ପ୍ରମୁଖ ଯୋଗ ଦେଇଥିଲେ।