ବାରପୁଡୁଗିଆ ନୂତନ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ବଲାଙ୍ଗୀର ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୈାଡ): ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମରେ ନୂତନ ଭାବେ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନିତ କରି ଉନ୍ନିତ ଉଚ୍ଚ ବିଦ୍ୟାଳୟକୁୁ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ପରିଦର୍ଶନ କରି ବିଦ୍ୟାଳୟର ସୁବିଧା, ଅସୁବିଧା ବିଷୟ ଉପରେ ଆଲୋଚନା କରିଥିଲେ। ଛାତ୍ର ଛାତ୍ରୀଙ୍କ ସହ ବିଭିନ୍ନ ଶିକ୍ଷା ଉପକରଣର ଉପଯୋଗ ଏବଂ ଲାଇବ୍ରେରୀ ଓ ଖେଳକୁଦ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଗ୍ରାମବାସୀ ପ୍ରଥମ କରି ଉଚ୍ଚ ବିଦ୍ୟାଳୟକୁ ଜିଲ୍ଲାପାଳଙ୍କ ଗସ୍ତ ଳକୁ ସ୍ୱାଗତ ଜଣାଇ ଥିଲେ ଏବଂ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ବିଦ୍ୟାଳୟର ଶୈାଚାଳୟ, ଖେଳପଡିଆ, ଲାଇବ୍ରେରୀ ହଲ, କମ୍ପ୍ୟୁଟର ବିଭାଗ ଓ ସ୍କୁଲରେ ୧୬୫ ଛାତ୍ର ଛାତ୍ରୀଙ୍କୁ ୪ଜଣ ଶିକ୍ଷକ ଥିବା ହେତୁ ଅଧିକ ଶିକ୍ଷକ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଧୃବ ଚରଣ ବେହେରା, ଅଧ୍ୟାପକ ସୁରେଶ ଚନ୍ଦ୍ର ଷଡଙ୍ଗି, ସିଆରସିସି ବିନାୟକ ପଟେଲ, ସର୍ବ ଶିକ୍ଷା ଅଭିଯାନ ଯନ୍ତ୍ରୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ଧରୁଆ, ସହ-ଶିକ୍ଷୟତ୍ରୀ ନିର୍ଝରିକା ନାଏକ, ଲିଲି କୁମାରୀ ପଣ୍ଡା, ଅମୃତା କର ଓ ବୁଦ୍ଧିଜିବି ନିମାଇଁ ଚରଣ ପାଣିଗ୍ରାହୀ, ଲାଲ ନାଏକ, ଜୟକୃଷ୍ଣ ମିଶ୍ର, ସଦାନନ୍ଦ ମହଲା, କୈଳାସ ନାଏକ, ପ୍ରମୋଦ କର୍ମୀ, ଦିନେଶ ମହଲା, ମଦନ ସାହୁ, ରମେଶ ମହଲା ପ୍ରମୁଖ ଉପସ୍ଥିତ ଥିଲେ। ସଂଗଠକ ଜୟକୃଷ୍ଣ ମିଶ୍ର କାର୍ଯ୍ୟ ସଂଯୋଜନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.