ପୁରୁଷୋତ୍ତମପୁର ବିଜ୍ଞାପିତ ଅଫିସ କନଫରେନ୍ସ ହଲରେ ୭ମ କାଉନସିଲର ମିଟିଙ୍ଗ ଆରମ୍ଭ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଆଜି ପୁରୁଷୋତ୍ତମପୁର ବିଜ୍ଞାପିତ ଅଫିସ କନଫେରନ୍ସହଲରେ 7ମ କାଉନ ସିଲ ବୈଠକ ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କ ଅଧକ୍ଷତା ରେ ଆରମ୍ଭ କରାଯାଇଥିଲା | ବୈଠକ ରେ ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡ ସେନା , 1 ନଂ କାଉନ ସିଲର ଭବାନୀ ଶଙ୍କର ନାୟକ, 2ନଂ ଭାସ୍କର ବେହେରା, 3ନଂ କେ ପ୍ରମୋଦ କୁମାର ଆଚାରୀ, 4ନଂ ଅଶୋକ କୁମାର ମହାଙ୍କୁଡ, 5 ନଂ ସୁଜାତା ବେହେରା, 6ନଂ ସୁଦସ୍ନା ବେହେରା, 7ନଂ ଯମୁନା ବେହେରା, 9ନଂ ଲିଙ୍ଗରାଜ ବେହେରା, 10 ନଂ ଅର୍ଚନା ପଣ୍ଡା, 13 ନଂଗିରିଜା ବେହେରା, ଙ୍କ ସହିତ ଏନଏସିର ସବୁ ଲାଇନ ବିଭାଗ ର ଅଧିକାରୀ ମାନେ ଏବଂ ଏନଏସିର ସମସ୍ତ ଯନ୍ତ୍ରୀ ଓ କାର୍ଯ୍ୟକାରୀ କର୍ମଚାରୀ ଉପସ୍ଥିତ ରହିଥିଲେ | ବୈଠକ ଆରମ୍ଭରେ ଏନଏସିର ନୂତନ ଗୃହ ନିମନ୍ତେ ପ୍ରାଣୀ ବିଭାଗ ଅଫିସ ସାଇଡ ରେ ଥିବା ସରକାରୀ ଜାଗାରେ କରିବା ପାଈଁ ନିଷ୍ପତି ନିଆଯାଇଥିଲା |ଏବଂ ଏହାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ନଗର ଉର୍ନ୍ନୟନ ବିଭାଗ ମନ୍ତ୍ରୀ ଓ ସଚିବ ଙ୍କୁ ଅନୁରୋଧ କରିବାକୁ ନିଷ୍ପତି ନିଆଗଲା | ଏହାସହ ଗୋପାଳ ବନ୍ଧର ସୌନ୍ଦର୍ଯ୍ୟ କରଣ ସହିତ, ଉର୍ନ୍ନତି କରଣ,ପ୍ରତେକ ୱାର୍ଡ ରେ ଥିବା ଡ୍ରେନେଜ ଗୁଡ଼ିକ ର କ୍ଲିନ କରିବା ସହିତ ନୂତନ ଡ୍ରେନେଜ ନିର୍ମାଣ ପାଈଁ ପ୍ରସ୍ତାବ ନିଆଯାଇଥିଲା | ଡ୍ରେନେଜ ନିର୍ମାଣ ରେ ସମାନତା ନଥିବାରୁ ଓ ଡ୍ରେନଜ ଗୁଡ଼ିକ ରେ ପ୍ଲେଟ ପଡ଼ିନଥିବାରୁ , ବର୍ତମାନ ମଶା, ଡାଉଁଶ ବଢିବା ସହିତ ତାର ପାଦୁର୍ଭାବ ରେ ଲୋକେ ଅତିଷ୍ଟ ହେଉଥିବାର ଅଭିଯୋଗ ସବୁ ୱାର୍ଡ ରୁ ଆସୁଥିବାରୁ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ସେତେବେଳେ ର ଯନ୍ତ୍ରୀ ଙ୍କ ଉପରେ ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ | ବିଶେଷ କରି ପୂର୍ବରୁ ମିଡ଼ିଆ ରେ କାଳୀ ମନ୍ଦିର ଛକରେ ଶୌଚାଳୟ ନଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଥିବାର ଖବର ପ୍ରସାରଣ ହୋଇ ଥିଲା, ଯାହାକୁ ଗୁରୁତର ସହ ବିଚାର କରି ସରକାରୀ ସ୍ଥାନରେ ଶୌଚାଳୟ ନିର୍ମାଣ ପାଈଁ ନିଷ୍ପତି ମଧ୍ୟ ନିଆ ଯାଇଥିଲା | ଏବଂ ଏନଏସିର ବିଭିର୍ଣ୍ଣ ଉର୍ନ୍ନୟନ ମୂଳକ କାର୍ଯ୍ୟ ପାଈଁ ପାଣ୍ଠି ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ଅଧକ୍ଷ ସହ ସମସ୍ତ କାଉନ ସିଲର କହିଥିଲେ | ଏହାସହ ପୂର୍ବରୁ ହୋଇ ଥିବା ବିଭିର୍ଣ୍ଣ କାମ ଗୁଡ଼ିକ ରେ ଆସୁଥିବା ଅଭିଯୋଗ ଉପରେ ମଧ୍ୟ ତର୍ଜମା କରାଯାଇ ଯଦି ସେଥିରେ କିଛି ଅସୁବିଧା ହୋଇ ଥିବ ତାଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାପାଇଁ ସମସ୍ତ କାଉନ ସିଲରମଧ୍ୟ ଏକମତ ହୋଇ ଥିଲେ | ଶେଷରେ ତିନିଗୋଟି ସ୍ଥାନରେ ନୂତନ ଶ୍ମଶାନ ନିର୍ମାଣ ପାଈଁ ମଧ୍ୟ ପ୍ରସ୍ତାବ ରଖାଯାଇଛି | ଶେଷରେ ସମସ୍ତଙ୍କ ସହଯୋଗ ରେ ଆଜିର ବୈଠକ ଶେଷ ହୋଇ ଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.