ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ କୋଶଳ ଆବାସିକ ଉଚ୍ଚ ବିଦ୍ୟାଳୟ ସୋନପୁର ଠାରେ ଲୋକନୃତ୍ୟ ଓ ଲୋକଗୀତ ର ସ୍ଵତନ୍ତ୍ର କର୍ମଶାଳା ସହିତ ପ୍ରଦର୍ଶନ ଏବଂ ସୋପାନ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ ସାହୁଙ୍କର ସଭାପତିତ୍ୱରେ ଲୋକ କଳା ଓ ନୃତ୍ୟ ର ସଂସ୍କୃତି ଗବେଷକ ଗୁରୁ ଚୌଧୁରୀ ବିଭାର, କଣ୍ଠଶିଳ୍ପୀ ବିଜୟ ଦାସ ଓ ଚିତ୍ରଶିଳ୍ପୀ ଶ୍ୟାମ ସୁନ୍ଦର ମେହେର ଅତିଥି ଭାବରେ ଯୋଗ ଦେଇ ଗୀତ ନାଚ ଉପରେ ଆଗ୍ରହ କରିଥିଲେ। ହଜି ଯାଉଥିବା ଲୋକଗୀତ ଓ ଲୋକନୃତ୍ୟ ଯଥା – ଡାଲଖାଇ ରସରକେଲୀ, ସଜନୀ, ମାଇଲାଜଡ, ଚପ୍ କରାଟୀ, ବଜ ନିଆ ଆଦି କିପରି ଲୋକଲୋଚନକୁ ଆସିପାରିବ ସେ ବିଷୟ ରେ ଛାତ୍ର ଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରଥମେ ସ୍ମିତା ରାନୀ ନାଏକ ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଧାନ ଶିକ୍ଷକ ପରମାନନ୍ଦ ନାଏକ ଅତିଥି ମାନଙ୍କର ପରିଚୟ ପ୍ରଧାନ କରିଥିଲେ। ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟ୍ୟରେ ଚିତ୍ରାଙ୍କନ, ଲୋକନୃତ୍ୟ ଓ ଲୋକ ଗୀତ ପ୍ରତିଯୋଗିତା ହୋଇଥିଲା।