୩୬ତମ ସର୍ବ ଭାରତୀୟ ଲାଲମନି କ୍ରିକ-ଫେଷ୍ଟ୍ ପାଇଁ ସାମ୍ୱାଦିକ ସମ୍ମିଳନୀ

ଆସନ୍ତା ଜାନୁଆରୀ ୧୯ ରୁ ମ୍ୟାଚ ଆରମ୍ଭ

ଓଡିଆ ବାର୍ତ୍ତା/ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ୩୬ତମ ସର୍ବ ଭାରତୀୟ ଲାଲମନୀ କ୍ରିକେଟ ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ କାର୍ଯ୍ୟାଳୟ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲା କ୍ରିକେଟ ସଂଘ ସଭାପତି  ରାମଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂପାଦକ ପ୍ରଦୀପ ସେଠୀ, ଉପ ସଭାପତି ବି.ସତ୍ୟ ନାରାୟଣ ରାଓ, କ୍ଷେତ୍ରବାସୀ ସାହୁ, ସହ ସଂପାଦକ ପାର୍ଥ ସାରଥୀ କର, ବାଙ୍କା ବିହାରୀ ମହଲା, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ପାତ୍ର, ଲାଲ୍ ମନି କ୍ରିକେଟ କୋଚ ରାଜେନ୍ଦ୍ର ମିଶ୍ର, ପିଚ୍ କୁରେଟର ବି. ସୁଦର୍ଶନ ପାତ୍ର, ଟିମ କୋଡ଼ିନେଟର ନବ କୁମାର ମିଶ୍ର, ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର ଗିରୀ ଗୋବର୍ଦ୍ଧନ ଥନାପତି, ଉପଦେଷ୍ଟା ସୁଧାଂଶୁ ଶେଖର ମିଶ୍ର, ସଦସ୍ୟ ବିନୋଦ ପାତ୍ର, ନାଗେଶୁ ପାତ୍ର, ସୁରଜ୍ ପାତ୍ରଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏ ବର୍ଷ ଲାଲମନି କ୍ରିକେଟରେ ସର୍ବ ମୋଟ ୯ ଗୋଟି ଦଳ ଭାଗ ନେଇଥିବା ବେଳେ ଓଡ଼ିଶା ର ଚାରି ଗୋଟି ଦଳ ଓ ବାହାର ରାଜ୍ୟର ପାଞ୍ଚ ଗୋଟି ଦଳ ଭାଗ ନେଇଥିବା ସୂଚନା ମିଳିଛି। ଆସନ୍ତା ୧୮ ତାରିଖ ରେ ସ୍ଥାନୀୟ ଗାନ୍ଧୀ ପଡିଆ ଠାରେ ଏହି ଟୁର୍ଣ୍ଣlମେଣ୍ଟ ଉଦ୍ଘାଟନ ଉତ୍ସବ ପାଳନ ହେବାକୁ ଥିବା ବେଳେ ଜାନୁଆରୀ ୧୯ ତାରିଖ ରୁ ୨୬ ତାରିଖ ଯାଏ ଏହି ମ୍ୟାଚ୍ ଚାଲୁ ରହିବ। ଅନେକ କ୍ରିକେଟ ତାରକା ଙ୍କ ସମେତ ଅନେକ ନେତା ଅଭିନେତା ଅଭିନେତ୍ରୀ ଏଥିରେ ଯୋଗ ଦେବାକୁ ଥିବା ବେଳେ ପ୍ରତ୍ୟହ ସନ୍ଧ୍ୟା ରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ। ଟି-ଟ୍ୱେଣ୍ଟି, ଟି-ଟେନ୍ ଫର୍ମାଟ ଓ ସୁପର ଟୁ ଓଭର ଫର୍ମାଟ ରେ ମ୍ୟାଚ୍ ଖେଳାଯିବ। ବିଜେତା ଦଳକୁ ଲାଲମନି ଟ୍ରଫି ସହ ନଗଦ ୮୦ ହଜାର ଟଙ୍କା ଓ ଉପ ବିଜେତା ଦଳ କୁ ୫୦ ହଜାର ଟଙ୍କା କେସ ପ୍ରାଇସ ପ୍ରଦାନ୍ କରାଯିବ ବୋଲି ସୂଚନା ମିଳିଛି। ଲଟେରୀ ମାଧ୍ୟମରେ ନଅ ଜଣ ଫ୍ରାଞ୍ଚାଇଜ ନଅ ଗୋଟି ଟିମକୁ ଚୟନ କରିଥିବା ବେଳେ ନାଇସେଟ ଏକାଡେମିର ଅଧ୍ୟକ୍ଷ ରମଣ କୁମାର ପଧାନ ବାପୁଜୀ କ୍ଳବ ଭୁବନେଶ୍ବର ଦଳକୁ ଚୟନ କରିଛନ୍ତି। ସେହିପରି ଡିଏସସି ନିଉ ଦିଲ୍ଲୀ ଦଳକୁ ମା ବାଗଳା ଜ୍ୱେଲର୍ସ ର ପ୍ରୋପାଇଟର ରୁପେଶ ଅଗ୍ରୱାଲା ଚୟନ କରିଥିବା ବେଳେ ଏନ୍ଏସ୍ଏସ ପ୍ରୟାଗରାଜ ଉତ୍ତରାଖଣ୍ଡ ଦଳକୁ ଏସଏସ ଏକାଡେମି ର ଅଧ୍ୟକ୍ଷ ଅମିତ୍ କୁମାର୍ ସାହୁ ଚୟନ କରିଛନ୍ତି। ନବଜୀଵନ ଟିମ ସୁନ୍ଦରଗଡ଼ ଦଳକୁ ସମଲେଶ୍ଵରୀ ନର୍ସିଂ ହୋମର ଅଧ୍ୟକ୍ଷ ପିଙ୍କୁ ରଥ ଚୟନ କରିଥିବା ବେଳେ ଏନସିଏ ମଥୁରା ଦଳକୁ ଆଲ୍ଫା ଏଜୁକେଶନ ହବର ଅଧ୍ୟକ୍ଷ ମହାଦେବ ମହଲା ଚୟନ କରିଛନ୍ତି। ସେହିପରି ଶେର ସାହା ଭାଇଜାଗ ଦଳକୁ ମହାନଦୀ ଧାରା ର ନିର୍ଦେଶକ ପ୍ଲାବନ ମହାପାତ୍ର ଚୟନ କରିଥିବା ବେଳେ ସେର ସାହା ରାଞ୍ଚି ଦଳ କୁ ଉଡ଼ାଓ ଅନୁଷ୍ଠାନ ର ଉଦ୍ୟୋକ୍ତା ଓ କୋଡ଼ି ନେଟର ଅରବିନ୍ଦ ବାରିକ୍ ଓ ଅମିୟ ରଞ୍ଜନ ଦାଶ ଚୟନ କରିଛନ୍ତି। ସଂସ୍କାର ଏଗ୍ରୋର ଏମଡି ଲୋକନାଥ ରଥ ଇଷ୍ଟ କୋଷ୍ଟ ରେଲୱେ ଭୁବନେଶ୍ବର ଦଳକୁ ଚୟନ କରିଥିବା ବେଳେ ଏସ ଡି ସି ଏ ସୁବର୍ଣ୍ଣପୁର ଦଳକୁ କେ. ବର୍ଷା ଦେବୀ ଓ ବି. ପୁରୁଷୋତ୍ତମ ପାତ୍ର ଚୟନ କରିଥିବା କ୍ରିକେଟ ସଂଘ ସଂପାଦକ ପ୍ରଦୀପ ସେଠୀଙ୍କ ଠାରୁ ସୂଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.