ପଇଁତିରିଶ ବର୍ଷର ଐତିହାସିକ ଚନ୍ଦ୍ରୋଭାଗୋତ୍ସବ ପକ୍ଷରୁ ଅନୁଷ୍ଠିତ ହେଲା ସାମ୍ବାଦିକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ୩୫ତମ ଚନ୍ଦ୍ରଭାଗୋତ୍ସବ ପାଳନ କରିବା ପାଇଁ ଆଜି ସ୍ଥାନୀୟ ଷ୍ଟେସନ କ୍ଲବ୍ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ‘ଚନ୍ଦ୍ରଭାଗା’ର ଉପଦେଷ୍ଟା ସମାଜସେବୀ ନିରଞ୍ଜନ ଖୁଣ୍ଟିଆ ଓ ନାଟ୍ୟକାର ଆଶିଷ ଚକ୍ରବର୍ତ୍ତୀଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଡିସେମ୍ବର ମାସ ୨୮ ତାରିଖ ଦିନ ୩୫ତମ ଚନ୍ଦ୍ରଭାଗୋତ୍ସବ ଉଦ୍ଘାଟନ ହେବା ସହିତ ଏହି ୩୫ ବର୍ଷର ଉତ୍ସବ ୨୦୨୫ ମସିହା ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପାଳନ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି।

Omkar Vasthu
Omkar Vasthu

ସହଭାଗୀ ଅନୁଷ୍ଠାନ ‘ନାଚ୍’ର ମିଳିତ ଆନୁକୂଲ୍ୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଶିଶୁ କଳାକାର ମାନଙ୍କର ପ୍ରତିଭା ଚୟନ ରୋନାଲିସା ପଣ୍ଡାଙ୍କ ତତ୍ତ୍ଵାବଧାନରେ ସମ୍ପାଦନା ହେବା ସଙ୍ଗେ ସଙ୍ଗେ ୟଙ୍ଗହାଟ୍ ତରଫରୁ ମରୁତ ରାଉତଙ୍କ ନେତୃତ୍ୱରେ ଜାତୀୟ ସ୍ତରୀୟ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି।

Pearl dental clinic
Near Ashish Medical Store, Bhawanipatna

ବର୍ଷଶେଷ ଡିସେମ୍ବର ୩୧ ତାରିଖରେ ଦିବସବ୍ୟାପୀ ସାହିତ୍ଯ ଚର୍ଚ୍ଚା ଏବଂ ଡକ୍ଟର ଶଶୀକାନ୍ତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତଦାରଖରେ ସପ୍ତାହ ବ୍ୟାପୀ ବାଲେଶ୍ଵର ବହିମେଳା ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ସୂଚନା ଦିଆ ଯାଇଛି।

Udyog Nursery
Udyogi Nursery

ଏହି ଅବସରରେ ଅନୁଗ୍ରାହୀ ଜନସାଧାରଣଙ୍କ ବିପୁଳ ସହଯୋଗ କାମନା କରିଛନ୍ତି ଆୟୋଜକ ଅନୁଷ୍ଠାନ। ଵୈଦୁତିକ ଗଣମାଧ୍ୟମ ଓ ପ୍ରିଣ୍ଟ୍ ମିଡିଆ ଉଭୟଙ୍କର ପ୍ରଭୂତ ଉପସ୍ଥିତି ଏ କାର୍ଯ୍ୟକ୍ରମରେ ଚନ୍ଦ୍ରଭାଗାର କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଛି। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଅନ୍ୟଵର୍ଷ ମାନଙ୍କ ଭଳି ଗାମ୍ଭୀର୍ଯ୍ୟପୂର୍ଣ୍ଣ କରିବା ପାଇଁ ପ୍ରଚେଷ୍ଟା ରହୁ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା କବି ଶ୍ରୀଦେବ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବସ୍ତା ବିଧାୟିକା ତଥା ‘ରେବତୀ’ ପତ୍ରିକାର ସମ୍ପାଦକ ସୁବାସିନୀ ଜେନା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ରେମୁଣାର ପ୍ରାକ୍ତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଯୋଗଦାନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀର ସଞ୍ଚାଳନା କରିଥିଲେ ‘ଚନ୍ଦ୍ରଭାଗା’ର ସକ୍ରିୟ ସଦସ୍ୟ ଆଡଭୋକେଟ ପର୍ଶୁରାମ ପ୍ରଧାନ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ‘ଚନ୍ଦ୍ରଭାଗା’ର ମିଡିଆ ସଂଯୋଜିକା ଜ୍ୟୋତିର୍ମୟୀ ଶତପଥୀ। ‘ଚନ୍ଦ୍ରଭାଗା’ର ଅନ୍ୟତମ ଉପଦେଷ୍ଟା ଦିଲ୍ଲୀପ ନାଏକ, ଆଡଭୋକେଟ୍ ଅଶୋକ ସେନାପତି, କାର୍ଯ୍ୟକାରୀ ସଦସ୍ୟ ଅରୁଣାଂଶୁ ପାଣିଗ୍ରାହୀ, ଅବନୀ ଜେନା, ପୀତାମ୍ବର ଦାସ, ବିନୋଦ ନାୟକ, ହିରାଲାଲ୍ ମହାପାତ୍ର ଏବଂ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ, ସୋମନାଥ ସାହୁ, ଅରୂପ ଦାସ, ଅଦୀପ୍ ଦାସ, ବ୍ରହ୍ମାନନ୍ଦ ସ୍ବାଇଁ, ବିବେକାନନ୍ଦ ଦାସ, ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି, ରିତେନ୍ଦ୍ର ଚ୍ଛାଟୋଇ, ଅଭୟ ଦାସ, ରମଣୀ ରଞ୍ଜନ ଦାସ, ଆଜିମ୍ ବାଲେଶ୍ବରୀ, ଗୟାଧର କର, ଜଗବନ୍ଧୁ ପୃଷ୍ଟି, ସନ୍ତୋଷ ପଣ୍ଡା, ଆଡଭୋକେଟ ପ୍ରିୟବ୍ରତ ନାୟକ ପ୍ରମୁଖଙ୍କ ସହଯୋଗ ସାମ୍ବାଦିକ ସମ୍ମିଳନୀକୁ ସାଫଲ୍ୟ ମଣ୍ଡିତ କରିଥିଲା। ଏହି ଅବସରରେ ଓଟିଭି ‘ସିଟିଜେନ୍ ଆୱାଡ୍ ଆଚିଭର୍’ ନିରଞ୍ଜନ୍ ଖୁଣ୍ଟିଆଙ୍କୁ ‘ଚନ୍ଦ୍ରଭାଗା’ ପରିବାର ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଅର୍ପଣ କରା ଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.