କଶୃପଡା ମହାବିଦ୍ୟାଳୟରେ ବିଦାୟକାଳୀନ ଉତ୍ସବ

କଳାହାଣ୍ଡି,୩/୧୨:

କେସିଙ୍ଗା ବ୍ଲକ ଅନ୍ତର୍ଗତ କଶୃପଡା ମହାବିଦ୍ୟାଳୟ ଠାରେ ଆଜି ଏକ ବର୍ଣାଢ୍ୟ ପରିବେଶ ମଧ୍ୟରେ ବିଦାୟକାଳୀନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଡଃ ଅଜିତ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ  ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାଏକ , ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଉପେନ୍ଦ୍ର ମହାନ୍ତି , ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଗୋପାଳ ଚନ୍ଦ୍ର ପ୍ରଧାନ  ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ । ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଆୟୋଜିତ ଏହି ଉତ୍ସବରେ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ଭବ୍ୟ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା । ଅତିଥି ପରିଚୟ ଦେଇଥିଲେ +୨ ପ୍ରଥମ ବର୍ଷ ଛାତ୍ର ବିଶ୍ୱ ପ୍ରତାପ ରାଉତ । ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଂଗିନ ହୋଇ ଉଠିଥିଲା ମହାବିଦ୍ୟାଳୟ ପରିଷର ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.