ଖଡ଼ିଆଳ ସାହିତ୍ୟ ସମିତିର ୧୪୧ତମ ବାର୍ଷିକ ଉତ୍ସବ

ପୁସ୍ତକ ଲୋକାର୍ପଣ ଓ କବିତା ପାଠୋତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଖଡ଼ିଆଳ: ଓଡ଼ିଶାର ଅଗ୍ରଗଣ୍ୟ ସାହିତ୍ଯାନୁଷ୍ଠାନ ଖଡ଼ିଆଳ ସାହିତ୍ୟ ସମିତିର ୧୪୧ତମ ବାର୍ଷିକ ଉତ୍ସବ ଖଡ଼ିଆଳ ସ୍ଥିତ ରାଜଦରବାର ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ସମାରୋହରେ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ତଥା ରାଜାସାହେବ ଡକ୍ଟର ଜିତାମିତ୍ର ପ୍ରସାଦ ସିଂହ ଦେବ ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଓ ମୁଖ୍ୟ ବକ୍ତା ଭାବରେ ପଟ୍ଟାୟତ ନୀଳଲୋହିତ ସିଂହ ଦେବ ଯୋଗ ଦେଇଥିଲେ। ସମିତିର ସଂପାଦକ ଗୌରାଙ୍ଗ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଗାୟକ ପଶ୍ଚିମ କେଶରୀ ଅର୍ଜୁନ ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ। ସଂଗୀତ ସୌରଭ ନନ୍ଦଲାଲ ବାରିକ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ କବୟିତ୍ରୀ ସବିତା ପଟ୍ଟନାୟକ ମା ସରସ୍ବତୀଙ୍କ ବନ୍ଦନା ଗାନ କରିଥିଲେ। ଏହି ଅବସରରେ କବି ମିହିର ପଟ୍ଟନାୟକ ଲିଖିତ ପୁସ୍ତକ ଶିଳାକାବ୍ଯ କୋଣାର୍କ ଓ ପଟ୍ଟାୟତ ନୀଳଲୋହିତ ସିଂହ ଦେବଙ୍କ ପୁସ୍ତକ ମାନସ ପୁତ୍ର ଲୋକାର୍ପିତ ହୋଇଥିଲା। ସମାରୋହରେ ସ୍ମୃତିଲିପି ସାହିତ୍ୟ ପତ୍ରିକାର ସଂପାଦକ ଭୁବନ ମୋହନ ମହାନ୍ତିଙ୍କୁ ସମିତି ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଏବଂ କବି ଲଳିତ କୁମାର ସୁନାରୀ ମାନପତ୍ର ପଠନ କରିଥିଲେ । ସେହିପରି ଦ୍ୱିତୀୟ ଅଧିବେଶନରେ ସମିତିର ଉପ ସଭାପତି ବଳଭଦ୍ର ମହାନ୍ତିଙ୍କ ସଭାପତିତ୍ୱରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ସାରସ୍ୱତ ସାଧକ ଭୁବନ ମୋହନ ମହାନ୍ତି, ବିଶିଷ୍ଟ ଅତିଥି ଭାବରେ ସୁସାହିତ୍ଯିକ କ୍ଷୀରୋଦ ନିବାସ ପଣ୍ଡା, ସମ୍ମାନିତ ଅତିଥି ଭାବରେ ଗଙ୍ଗାଧର ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହେର ଯୋଗ ଦେଇଥିଲେ। କବୟିତ୍ରୀ ମନୋରମା ରଥ, ଯୁଧିଷ୍ଠିର ମୁଦୁଲି ଓ ଦୀପ୍ତି ମୁଣ୍ଡ କବିତା ସଂଯୋଜନା କରିଥିଲେ। ଅଧ୍ୟାପକ କନକବର୍ଦ୍ଧନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି ଶିରୀଶଙ୍କର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ସମାରୋହରେ ଅବସରପ୍ରାପ୍ତ ମୁଖ୍ୟ ଆୟକର କମିଶନର ଶ୍ରୀକାନ୍ତ ଚାଟର୍ଜୀ, ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ଫଣିନ୍ଦମ ଦେଓ, ସତୀଶ କୁମାର ପଟ୍ଟନାୟକ, ନବୀନ କିଶୋର ପାଢ଼ୀ, ହରିପ୍ରସାଦ ମୁଣ୍ଡ, ସନ୍ତୋଷ କୁମାର ରଥ, ଡକ୍ଟର ଶରତଚନ୍ଦ୍ର ଚଲାନ, ଅଶୋକ କୁମାର ବେହେରା, ଚତୁର୍ଭୁଜ ସିଂହ ଦେଓ, ସନାତନ ମହାନ୍ତି, ଗୋବର୍ଦ୍ଧନ ସାହୁ, ବିଜୟ କୁମାର ଯୋଷୀ, ପରେଶ ନାଥ ପାଣିଗ୍ରାହୀ, ବିରଞ୍ଚି ମୁଣ୍ଡ , ପ୍ରବାସିନୀ ଯୋଷୀ ପ୍ରମୁଖ ଉପସ୍ଥିତ ଥିଲେ। ସଦସ୍ୟ ଆକାଶ କୁମାର ସାହୁ, ଖରତ ଚନ୍ଦ୍ର ବାରିକ, ତାପସ କରୁଆଁ , ଶ୍ରୀୟାସ୍ମିତା ସାହୁ, ମାଧୁରୀ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.