ଗଣ୍ଡପତ୍ରାପାଲି ପଞ୍ଚାୟତରେ ସଫଳ ହୋଇଛି ହରିଶ୍ଚନ୍ଦ୍ର ସହାୟତା ଯୋଜନା 

ସରପଞ୍ଚଙ୍କୁ ପ୍ରସଂଶା କରୁଛନ୍ତି ଅଞ୍ଚଳବାସୀ 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ହରିଶ୍ଚନ୍ଦ୍ର ସହାୟତା ଯୋଜନା ହେଉଛି ଓଡିଶା ସରକାରଙ୍କ ଲୋକାଭିମୁଖୀ ଯୋଜନା ମଧ୍ୟରେ ଅନ୍ୟତମ। ଗରିବ ଶ୍ରେଣୀର ଲୋକଙ୍କୁ ମୃତ୍ୟୁ କାଳୀନ ସବସତ୍କାର ପାଇଁ ଗ୍ରାମ ପଂଚାୟତ ତରଫରୁ ୩୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଏ। ଏହି ଯୋଜନାକୁ ସଫଳ ରୂପାୟନ କରୁଛନ୍ତି ସଇଁତଲା ବ୍ଲକ ଗଣ୍ଡପତ୍ରାପାଲି ଗ୍ରାମ ପଂଚାୟତର ସରପଞ୍ଚ ମନୀଷ ସୁନା। କୌଣସି ଗରିବ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କ ମୃତ୍ୟୁ ଖବର ପାଇବା କ୍ଷଣି ସେ ନିଜେ ଉପସ୍ଥିତ ରହି ସେହି ଜାଗାରେ ହିଁ ସହାୟତା ରାଶି ପ୍ରଦାନ କରିଥାନ୍ତି। ତାଙ୍କ କାର୍ଯ୍ୟ କାଳପ ଭିତରେ ଗଣ୍ଡପତ୍ରାପାଲି ଗ୍ରାମ ପଂଚାୟତର ୮୮ ଜଣ ଲୋକଙ୍କୁ ଏହି ଯୋଜନା ମାଧ୍ୟମରେ ଉପକୃତ ହୋଇଛନ୍ତି। ହରିଶ୍ଚନ୍ଦ୍ର ସହାୟତା ଯୋଜନାର ସଫଳ ରୂପାୟନ କରାଉଥିବାରୁ ସରପଞ୍ଚ ଶ୍ରୀ ସୁନାଙ୍କୁ ପ୍ରସଂଶା କରୁଛନ୍ତି ଅଞ୍ଚଳବାସୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.