‘ଜଣେ ଯୁଗନାୟକ ଭାବେ ଚିର ସ୍ମରଣୀୟ ହୋଇ ରହିବେ ଅଟଳଜୀ’

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଛି । ପୂର୍ବାହ୍ନରେ ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ପେକ୍ଷାଳୟରେ ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ , ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ , କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ଗୌରୱ ଶୀୱାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ ଶ୍ରୀ ଖିଲାରୀ ଋଷିକେଶ ଦ୍ୟାନଦେଓ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଶ୍ରୀ ପବିତ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜାୟନନ୍ଦ ସେଠୀ , ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଭାତ ମହାପାତ୍ର, ଡିଏଫଓ ସୁଦର୍ଶନ ବେହେରା ମଞ୍ଚସ୍ଥ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅନୁଭାଗ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଜ ଅବିଭାଷଣରେ ମୁଖ୍ୟ ଅତିଥି ଶ୍ରୀ ସିଂ ଦେଓ ଅଟଳ ବିହାରୀ ଙ୍କ ଜୀବନୀ , ଆଦର୍ଶ ଉପରେ ଆଲୋକପାତ କରିଥିଲେ । ସରକାର କିପରି ସୁଶାସନ ନିମନ୍ତେ ବଦ୍ଧ ପରିକର ସେ ବିଷୟରେ କହିଥିଲେ । ଅଟଳଙ୍କ ହର ଘର ଜଳ ତଥା ଅନେକ ବଡ ପରିକଳ୍ପନା ଯାହା ବର୍ତ୍ତମାନ ଲୋକଙ୍କ ପାଇଁ ସୁଶାସନ ଆଣିଦେଇଛି । ଭାରତୀୟ ଇତିହାସରେ ସୁଶାସନର ଜଣେ ପ୍ରବୀଣ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ ଅଟଳ ବିହାରୀ ବାଜପେୟୀ। କେବଳ ଜଣେ ଉଦାରବାଦୀ ରାଜନୀତିଜ୍ଞ ନୁହେଁ ଜଣେ କବି, ସମାଜସେବୀ, ଲେଖକ, ପତ୍ରକାର ଭାବରେ ସମସ୍ତେ ତାଙ୍କୁ ଜାଣନ୍ତି। କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ।

ନିଜ ବକ୍ତବ୍ୟରେ ଜିଲ୍ଲାପାଳ ଶ୍ରୀ ଇସାଲୱାର ସୁଶାସନ ଦିବସର ମହତ୍ୱ ବଖାଣିବା ସହିତ ଶାସନ ଓ ସୁଶାସନ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ। ସ୍ଵାଗତ ଭାଷଣ ରେ ସୋମବାର ଜନଶୁଣାଣୀ ଠୁ ନେଇକି ଜିଲ୍ଲାପାଇଁ ପ୍ରକଳ୍ପ ମାନ ସୁଶାସନ ର ଦିଗ ବୋଲି କହିଥିଲେ । ନିଜ ବକ୍ତବ୍ୟରେ ବଲାଙ୍ଗିର ସୁଶାସନର ସମସ୍ତ ଭିତ୍ତିଭୁମିକୁ ସଶକ୍ତ କରାଯାଉଛି ଏବଂ ଏହାର ପ୍ରତିଫଳନ ଜନସାଧାରଣଙ୍କ ନିକଟରେ ପହଁଚୁଛି ବୋଲି ଜିଲ୍ଲାପାଳ କହିଥିଲେ।


ଏହି କାର୍ଯ୍ୟକ୍ରମରେ ଜିଲାର ଶ୍ରେଷ୍ଠ ବ୍ଳକ ପାଇଁ ବଙ୍ଗୋମୁଣ୍ଡା,ବଲାଙ୍ଗିର,ସଇଁତଳା, ପାଟଣାଗଡ, ଶ୍ରେଷ୍ଠ ତହସିଲ ପାଇଁ ତୁଷୁରା, ଖପ୍ରାଖୋଲ, ଲୋଇଶିଂଘା, ଶ୍ରେଷ୍ଠ ପୌରପାଳିକା ପାଇଁ ବଲାଙ୍ଗୀର ପୌରପାଳିକା, ଶ୍ରେଷ୍ଠ ଥାନାଧିକାରୀ ରମାକାନ୍ତ ସାହୁ, ଶ୍ରେଷ୍ଠ ଡାକ୍ତର ରବୀନ୍ଦ୍ର କୁମାର ମେହେର ଓ କବି ରାଜୀବ ଲୋଚନ ଆଚାର୍ଯ, ଜ୍ୟୋତିରାଣୀ ମିଶ୍ର, ସନ୍ଦୀପ କୁମାର କୁଅଁର, ରସରାଜ ଅଚ୍ୟୁତ ପୁରୋହିତ, ଅର୍ଜୁନ ସାହୁ ଙ୍କୁ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ସରକାରୀ ଅଧିକାରୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ପ୍ରତିନିଧି ଉପସ୍ଥିତ ଥିଲେ। ସଭା ପ୍ରାରମ୍ଭରେ ଅନେକ କବି ସ୍ବରଚିତ କବିତା ମାଧ୍ୟମରେ ପୂର୍ବ ପ୍ରଧାନମନ୍ତ୍ରୀ ସ୍ବର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶେଷରେ ଅତିରିକ୍ତ ଜିଲାପାଳ ପବିତ୍ର ବେହେରା ଧନ୍ୟବାଦ ଦେଇଥିଲେ। ଜ୍ୟୋତି ପ୍ରକାଶ ସାହୁ ମଂଚ ସଂଯୋଜନା କରିଥିବା ବେଳେ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅନୁଭାଗର ସମସ୍ତ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.