ଜାନୁୟାରୀ ୬ ରୁ ସୁଜନ ନାଗ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ରୟାଲ ପଡ଼ିଆ ଠାରେ ଜାନୁୟାରୀ ୬ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ୧୨ତମ ରାଜ୍ୟ ସ୍ତରୀୟ ସୁଜନ ନାଗ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଏଥିରେ ଓଡ଼ିଶା ର ବଛାବଛା ସର୍ବମୋଟ ୮ଟି ଦଳ ଯୋଗbଦେବେ। ପୁଲ୍ ଏ ରେ ବରଗଡ଼ ର ରୟାଲ୍ ଷ୍ଟାର, ତରଭା ରିଜୁଲ୍, କଳାପଥର ଇଲେଭେନ୍ ଷ୍ଟାର୍, ସୋନପୁର ଶ୍ରୀୟାନ୍ସ ସ୍ପୋର୍ଟିଂ ଥିବା ବେଳେ ପୁଲ୍ ବି ରେ ସୋନପୁରର ବିଏସ୍ଏଫ୍, ସୁରେଶ୍ଵରୀ ଫୁଟବଲ୍ ସୋନପୁର, ମୟୁରଭଞ୍ଜର ସିମିଳିପାଳ ୱାଇଲ୍ଡ ଟାଇଗର ଓ ଶାନ୍ତି ନଗର ଝାରସୁଗୁଡ଼ା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ୧୨ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.