କୋଶଳ ଉଚ୍ଚ ବିଦ୍ୟାଳୟର ଦଶମ ବାର୍ଷିକୋତ୍ସବ 

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୋନପୁର କୋଶଳ ଉଚ୍ଚ ବିଦ୍ୟାଳୟ ଠାରେ ୧୦ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୋନପୁର ବିଧାୟକ ତଥା ପ୍ରାକ୍ତନ ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ ଭଲ ମଣିଷ ହେବାକୁ ପ୍ରେରଣା ପ୍ରଦାନ କରି ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଖୋଲାଫର୍ଦ ଖବର କାଗଜର ମୁଖ୍ୟ ପରିଚାଳକ ତଥା ମୁଖ୍ୟ ସଂପାଦକ ବିମଳ କୁମାର ଭଞ୍ଜଦେଓ, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ବିଦ୍ୟାଳୟ ସଭାପତି ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଦ୍ଵାରା ଚିତାକର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଦ୍ବିତୀୟ ଅଧିବେଶନରେ ସୁବର୍ଣ୍ଣପୁର ଜିଲ୍ଲାର ଉପଜିଲ୍ଲାପାଳ ଡକ୍ଟର ସୋମ୍ୟରୁପା ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁ ଶିକ୍ଷକଙ୍କ ପାଇଁ ଆଗ୍ରହୀ ଓ ଉତ୍ସୁକିତ ବାଣୀ ପ୍ରଦାନ କରି ଉଲ୍ଲଷିତ କରିଥିଲେ। ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଳାର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମଞ୍ଜୁଳତା ଭୋଇ, ଉପସଭାପତି ପ୍ରଫୁଲ୍ଲ କୁମାର ନାଏକ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟକୁ ସୋନପୁରର ଶ୍ରେଷ୍ଠ ବିଦ୍ୟାଳୟ କରିବାର ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ତଥା ବିଦ୍ୟାଳୟର ଶୁଭେଚ୍ଛା ଓ ଅଗ୍ରଗତିର ପଥ ପ୍ରଦର୍ଶକମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମା ନାଏକ ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ରଖିବା ସଙ୍ଗେ ବାର୍ଷିକ ବିବରଣୀ ପଠନ କରିଥିଲେ। ସମ୍ପାଦକ ସଞ୍ଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପିତାମ୍ବର ମହାପାତ୍ର ବିଦ୍ୟାଳୟର ପ୍ରମୁଖ ଉପଦେଷ୍ଟା ସମସ୍ତ କାର୍ଯ୍ୟକ୍ରମର ରୂପରେଖ ପ୍ରଦାନ କରିଥିବାବେଳେ ସହ ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ସ୍ମିତାରାଣୀ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବିଦ୍ୟାଳୟର ପ୍ରମୋଦ ସାହୁ, କିଷାନ ମାଝୀ, ତତ୍ତ୍ୱଦର୍ଶୀ ମେଣ୍ଡିଲି, ରୋହିତ ଭୋଇନା, ଦୀପ୍ତି ପଲିଆ, ସୁଜାତା ନାଏକ, ବୁଲି ବିଶ୍ୱାଳ, କାମିନୀ ଜେନା, ଗୌରୀ ବଗର୍ତ୍ତୀ, ଦିପ୍ତିମୟୀ ରଥ, ରମିଲା ସାହୁ, ଦୁଶିଲା ପଧାନ, ମନୀଷା ସାହୁ, ଲଷ୍ମୀ ସାହୁ, ପ୍ରତିଭା ନାଏକ, ଜ୍ୟୋତିରଞ୍ଜନ ଭୋଇ, ଆନିଷ ନାରାୟଣ ପୁଟେଲ ପ୍ରଭୁତି ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.