ତାରାତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ପାଇଁ ତାଲିମ ପ୍ରଶିକ୍ଷଣ ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର‌ (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ ଉଚ୍ଚ ବିଦ୍ୟାଳୟରେ ଆତ୍ମସୁରକ୍ଷା ଶିବିର ଅଧ୍ୟାପିକା ଶ୍ରାବଣୀ ଖଟାଇଙ୍କ ସଂଯୋଜନାରେ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ କଲେଜର ଅଧ୍ୟକ୍ଷ ଡଃ ସୁରେନ୍ଦ୍ରନାଥ ପଣ୍ଡା ଉଦ୍‌ଘାଟନ ଓ ସଭାପତିତ୍ବରେ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ସିଡିପିଓ ଶ୍ରୀମତୀ ଲଳିତା ମଲ୍ଲିକ ଓ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡଃ ରମେଶଚନ୍ଦ୍ର ସେନାପତି ଯୋଗଦେଇ ବର୍ତ୍ତମାନ ସମାଜରେ ବଢ଼ି ଚାଲିଥିବା ନାରୀହିଂସା ସହ ନିର୍ଯ୍ୟାତନା ବଢ଼ି ଚାଲିଥିବା ସହ ଛାତ୍ରୀମାନଙ୍କ ସୁରକ୍ଷା ମଧ୍ୟ ସମସ୍ୟାର ବିଷୟ ପାଲଟିଛି। ଏଣୁ କିଭଳି ଛାତ୍ରୀମାନେ ନିଜକୁ ନିଜେ ପ୍ରାଥମିକ ସ୍ତରରେ ସୁରକ୍ଷା ଦେଇପାରିବେ ସେଥିନେଇ ଆଲୋଚନା କରିଥିଲେ। ଛାତ୍ରୀମାନଙ୍କ ସୁରକ୍ଷା ଲାଗି ଏକ ଆତ୍ମସୁରକ୍ଷା ତାଲିମ ପ୍ରଶିକ୍ଷଣ ଶିବିରର ନିତ୍ୟାନ୍ତ ଆବଶ୍ୟକତା ପ୍ରକାଶ କରିଥିଲେ। ଏଥିରେ ପ୍ରଶିକ୍ଷକ ଭାବେ ସାକମ୍ବରୀ ସାହୁ ଓ ରେସ୍ମା ପ୍ରଧାନ ଯୋଗଦେଇ ଆତ୍ମରକ୍ଷା କରାଯାଇପାରିବ କିଛି ଶୈଳୀ ପ୍ରଦାନ କରିଥିବା ବେଳେ ଏହାକୁ ଖେଳ ଶିକ୍ଷକ ଶ୍ରୀ ଶିବ ପ୍ରସାଦ ବେହେରା ଓ ମଞ୍ଜୁଲତା ଦାଶ ପରିଚାଳନାରେ ସହଯୋଗ କରିଥିଲେ ଶେଷରେ ଅଧ୍ୟାପିକା ସୁଶ୍ରୀ ମିନାକ୍ଷୀ ଦାସ ଉପସ୍ଥିତ ଥିବା ଅତିଥିଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.